November 16, 2024

ପ୍ରହସନରେ ରେ ପରିଣତ ହୋଇଛି ଅଭିଯୋଗ ଶୁଣାଣୀ ଶିବିର

Share

ପ୍ରହସନରେ ରେ ପରିଣତ ହୋଇଛି ଅଭିଯୋଗ ଶୁଣାଣୀ ଶିବିର —–
ଅସ୍ତରଙ୍ଗ,——-,ଅଭିଯୋଗ ଶୁଣାଣୀ ପାଇଁ ବ୍ଲକ ପ୍ରଶାସନ ର ପ୍ରଚାର ଓ ପ୍ରସାର ଜୋରଦାର । କଣ ନା ଜିଲ୍ଲା ପାଳ ଓ ଏସ ପି,ଆସିବେ । ନୂଆ ପଞ୍ଚାୟତ ସମିତି ଗଠନ ହେବାର ବର୍ଷେ ପୁରୀ ଥିବା ବେଳେ,ଦୁଇଥର ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଟ ହୋଇ ଅଛି । କିନ୍ତୁ ଲୋକ ଯେଉଁ ଆଶା ଭରସା ନେଇ ଅଭିଯୋଗ ଶୁଣାଣିକୁ ଆସିଥାଆନ୍ତି, ସେମାନଙ୍କର ଆଶା ପୂରଣ ହୋଇ ନ ଥାଏ । କାରଣ ଶିବିର ରେ,ଜିଲ୍ଲା ପାଳ ଓ ଏସ ପି, ଙ୍କୁ ଦେଖା ମିଳି ନ ଥାଏ । ତାଙ୍କର ତଳିଆ କର୍ମଚାରୀ ମାନେ ଆସି ଅଭିଯୋଗ ଶୁଣାଣି କରି ଫେରୀ ଯାଇ ଥାନ୍ତି । କିନ୍ତୁ ଏହି ଶୁଣାଣିର ଫଳ ନାସ୍ଥି । ହେଲେ,ଅଭିଯୋଗ ରେ ନାମ ଦରଦ କରିଥିବା ଜନତା,କହିବେ କାହାକୁ,ବା ଶୁଣିବ କିଏ ।ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ,ସୋମବାର ଅସ୍ତରଙ୍ଗ ବ୍ଲକ ସଭା କକ୍ଷରେ ।
ଅଭିଯୋଗ ରେ,ସାମିଲ ଥିଲେ ଅସ୍ତରଙ୍ଗ ବ୍ଲକ ର ସମସ୍ତ ଲୋକ ପ୍ରତିନିଧି ଙ୍କ ସମେତ ବହୁ ସାଧାରଣ ଜନତା । ଜିଲ୍ଲା ପାଳ ଙ୍କ ପରିବର୍ତ୍ତେ ପହଞ୍ଚି ଥିଲେ ଏ ଡି
ଏମ୍ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ। ତାଙ୍କ ସହ ଥିଲେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ରସ୍ମିରେଖା ଦାସ,ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ ପ୍ରିୟ ଦର୍ଶନି ମଲ୍ଲିକ,। ସ୍ଥାନୀୟ ପ୍ରଶାସନ ଭାବେ,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ଅତିରିକ୍ତ ବି ଡି ଓ ଯୋଗେନ୍ଦ୍ର ମହାକୁଡ ,ତହସିଲଦାର ରାଜଲକ୍ଷ୍ମୀ ନାୟକ, ଏସ ଡି ପି ଓ,ଦେବାଶିଷ ମିଶ୍ର ଙ୍କ ସମେତ ବିଭିନ୍ନ ବିଭାଗର ଅଧକାରୀ ମାନେ । ଏହି ଅଭିଯୋଗ ଶୁଣାଣି ଶିବିରରେ,ପ୍ରାୟ ୪୫ ଗୋଟି ଦରଖାସ୍ତ ଶୁଣାଣି ପାଇଁ ଆସିଥିଲା ବେଳେ, ଅଭିଯୋଗ ପତ୍ରରେ ସର୍ବାଧିକ ଥିଲା ବ୍ଲକରେ ପଡି ରହିଥିବା ପୂର୍ବ ବିଲ ପ୍ରଦାନ ନ ହେବା ସମ୍ପର୍କରେ। ସେହିପରି ଭୂମିହୀନ ଙ୍କୁ ଜମି ବଣ୍ଟନ,ରେଶନ କାର୍ଡ,
ଗୋ ସୁଗମ ଆଦି ଅଭିଯୋଗ ରହି ଥିବାର ଦେଖା ଯାଇଥିଲା । ଏସବୁ ସତ୍ତ୍ୱେ, ଅଭିଯୋଗ ଶୁଣାଣିରେ ପୂର୍ବରୁ କିଛି ସୁଫଳ ମିଳି ନ ଥିବାର ସାଧାରଣ ଜନତା ଅଭିଯୋଗ କରିଥିବା ବେଳେ,ଆଜିର ଅଭିଯୋଗ ଶୁଣାଣି ର , ଫଳ କିପରି ରହିବ, ଆଗାମୀ ଦିନ କହିବ ବୋଲି ବିଭିନ୍ନ ମହଲରୁ ମତ ପୋଷଣ କରିଛନ୍ତି ବୁଦ୍ଧିଜୀବୀ।

ଦୁଃଶାସନ ନାୟକ,ଅସ୍ତରଙ୍ଗ ।