April 25, 2026

ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରୀଙ୍କୁ ଆମ୍ ଆଦମୀ ପକ୍ଷ ରୁ ସମ୍ବର୍ଦ୍ଧନା।

IMG-20230529-WA0030
Share

ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରୀଙ୍କୁ ଆମ୍ ଆଦମୀ ପକ୍ଷ ରୁ ସମ୍ବର୍ଦ୍ଧନା।

ବୋଲଗଡ଼,୨୯/୦୫(ଉପାନ୍ତ ଓଡିଶା) :ଦଶମ ଶ୍ରେଣୀ ପରୀକ୍ଷା ରେ ବୋଲଗଡ଼ ବ୍ଲକ୍ ରେ ସର୍ବାଧିକ ୫୫୭ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଥିବା ଛାତ୍ରୀ ସୁଶ୍ରୀ ଭାରତୀ ରାଜଗୁରୁଙ୍କୁ ଆମ୍ ଆଦମି ପାର୍ଟୀ ତରଫରୁ ସମ୍ମାନିତ କରା ଯାଇଛି। ତା ୨୯/୦୫/୨୦୨୩ ରୀଖ ପୂର୍ବାହ୍ନ ରେ ଆପ୍ ବେଗୁନିଆ ବୋଲଗଡ଼ ର ସଭାପତି ଶ୍ରୀଯୁକ୍ତ କଳ୍ପତରୁ ପଣ୍ଡା ଆପ୍ ଦଳେଇ ସାହି ପଞ୍ଚାୟତ ର ଉପଦେଷ୍ଟା ଜାହିଦ୍ ଖାନ୍,ବିସ୍ବରଞ୍ଜନ୍ ସାହୁ ପ୍ରମୁଖ ଭାରତୀ ରାଜଗୁରୁଙ୍କ ଦଳେଇ ସାହି ସ୍ଥିତ ବାସଭବନ ରେ ଉପସ୍ଥିତ ହୋଇ ସମ୍ମାନିତ କରିବା ସହ ଶୁଭ କାମନା ଜଣାଇ ଥିଲେ। ସୁଶ୍ରୀ ରାଜଗୁରୁ ଭବିଷ୍ୟତ ରେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖି ଥିବା ଜଣାଇ ଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed