ଡଙ୍ଗରପଡାରେ ୱାର୍ଡ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

sam
Share

ସମ୍ବଲପୁର : ଜୁଯୋମୁରା ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତର ଡ଼ଙ୍ଗରପଡା ଠାରେ ପ୍ରତାପ ନାୟକ ଓ ଦୟାସାଗର ପଧାନଙ୍କ ନେତୃତ୍ୱରେ ଓ ସାଂସଦ ପ୍ରାର୍ଥୀଙ୍କ ବ୍ଲକ ପର୍ଯ୍ୟବେକ୍ଷକ ରାଜେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବିଜୁଜନତା ଦଳର ଏକ ୱାର୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି l ଆଗାମୀ ନିର୍ବାଚନ ରେ ପ୍ରତିଟି ଭୋଟର ଆମ ଦଳୀୟ ବିଧାୟକ ଓ ଲୋକସଭା ସଦସ୍ୟ ଉଭୟ ଙ୍କୁ ନିଶ୍ଚିତ ଭୋଟ ଦାନ କରି ଆମ ସରକାର ଗଠନ ନିଶ୍ଚିତ ପାଇଁ ପ୍ରତ୍ୟେକ କର୍ମୀ ଯତ୍ନବାନ ହେବାକୁ ସମ୍ମିଳନୀ ରେ ମତ ପ୍ରକାଶ ପାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ପଧାନ, ବିନୟ ବିଶ୍ୱାଳ, ପଞ୍ଚାନନ ମିର୍ଦ୍ଧା, ରାଜକୁମାର ବାରିକ, ଶ୍ରଦ୍ଧାକର ହାତୀ, ରାମକୃଷ୍ଣ ମିର୍ଦ୍ଧା, ପ୍ରେମ ପ୍ରକାଶ ଖମାରି,ସନ୍ୟାସୀ ମିର୍ଦ୍ଧା, ମାନଭଞ୍ଜନ ସିଂହ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ବିଭିନ୍ନ ରଣ କୌଶଳ ଉପରେ ଆଲୋଚାନା କରିଥିଲେ।