August 19, 2026

ପାରଳାଖେମୁଣ୍ଡି ଜିଲ୍ଲା ନ୍ୟାୟାଳୟ ପରିସରରେ ଆଇନଜୀବୀ ଦିବସ ପାଳିତ

IMG-20230429-WA0013
Share

 

 

ପାରଳାଖେମୁଣ୍ଡି:୨୯/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ଆଇନଜୀବି ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘ ର ସଭାପତି ସିଦ୍ଧେଶ୍ଵର ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାୟଧିସ ଓ ନ୍ୟାୟିକ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ମତବ୍ୟକ୍ତ କରିଥିଲେ |

ସେହିପରି ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ମଧୁ ବାବୁ ଙ୍କ ଓଡ଼ିଶା ପାଇଁ ତ୍ୟାଗ ଓ ସଂଘର୍ଷ ଗାଥା କହିବା ସହ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ରେ ନୂତନ ଚିନ୍ତାଧାରା ନେଇ ମହକିଲ ଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ବିଷୟ ଆଲୋଚନା ହୋଇଥିଲା। ଓକିଲ ସଂଘ ସଂପାଦକ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ବାବୁ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସମସ୍ତ ଓକିଲ ସଂଘ ର ସଦସ୍ୟ ମାନେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

You may have missed