May 15, 2026

ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ଭକ୍ତ ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅନୁଷ୍ଠିତ ..

IMG-20250129-WA0045
Share

 

ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପୁରୋଭାଗରେ ଥିବା ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେ ଜ୍ୟେଷ୍ଠ ମହାପୁରୁଷ ବଳରାମ ଦାସ ଅନ୍ୟତମ। ସେ ଏକାଧାରରେ ଥିଲେ ଅନନ୍ୟ କବି, ସାଧକ, ଭକ୍ତ ଓ ଦାର୍ଶନିକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଖା, ସୋଦର, ସେବକ, ବେଟା ଟା ଭାବରେ ସେ ନିଜକୁ ପରିଚିତ କରି ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଆତ୍ମୀୟତା ଓ ଆତ୍ମସ ତ୍ମସମର୍ପଣ ଭାବ ପରିପ୍ରକାଶ କରିଥିଲେ । ସେ ସବୁ ଧର୍ମ ଓ ସବୁପ୍ରକାର ସାଧନାମାର୍ଗ ପ୍ରତି ସମ୍ମାନ ମ୍ମାନ ପ୍ରଦର୍ଶନ କରିଥିଲେ। ସତ୍ୟ, ଅହିଂସା, ପରୋପକାର, ବିନୟ ପ୍ରଭୃତି ସଦ୍‌ଗୁଣରେ । ବିଭୂଷିତ ହୋଇ ସେ ଏକ ମହନୀୟ ଓ ଆଦର୍ଶ ବ୍ୟକ୍ତିତ୍ୱରେ ନିଜକୁ ପରିଣତ କରିପାରି ପାରିଥିଲେ। ସିଦ୍ଧସାଧକ ବଳରାମ କୌଣସି ନିର୍ଦ୍ଦିଷ୍ଟ ସମାଜର ନଥିଲେ। ସମାଜର ମଙ୍ଗଳ ସାଧନ ।ଧନ ଥିଲା ତାଙ୍କ ଜୀବନର ବ୍ରତ। ଏଣୁ ସମାଜର ଦୋଷ ଦୁର୍ବଳତାର ନିରାକରଣ ପାଇଁ ସେ ଗ୍ରହଣ କରିଥିଲେ ଜଣେ ଣେ ବିପ୍ଲବୀର ଭୂମିକା। ଅତି ସରଳ ଓ ବୋଧଗମ୍ୟ ଲୌକିକ ଭାଷାରେ ଜୀବନ୍ତ ଭାବେ ଚିତ୍ରିତ କରି ସେ ଓଡ଼ିଆ ଭାଷାର । ସୁରକ୍ଷା ରକ୍ଷା ଓ ପୁଷ୍ଟିସାଧନ କରିବା ସ ସଙ୍ଗେ ସଙ୍ଗେ ଓଡ଼ିଆ ସାହିତ୍ୟକୁ ଆଙ୍ଗିକ ବୈଚିତ୍ରର ସୁଷମାମ ମାମଣ୍ଡିତ କରିଯା ପାଇଛନ୍ତି ।

 

କବିଙ୍କ ରଚିତ ଜଗମୋହନ ରାମାୟଣ, ଲକ୍ଷ୍ମୀ ପୁରାଣ, ବ୍ରହ୍ମାଣ୍ଡ ଭୂଗୋଳ, ଭାବସମୁଦ୍ର, ବଟ ଅବକାଶ, ବେଦାନ୍ତସାର ଗୁପ୍ତ ଗୀତା, ଉଦ୍ଧବ ଗୀତା ଆଦି ସୃଷ୍ଟି ମଧ୍ୟରେ ଦାଣ୍ଡିବୃତ୍ତରେ ରଚିତ ଜଗମୋହନ ରାମାୟଣ ସର୍ବଶ୍ରେଷ୍ଠ ମୌଳିକ କୃତି କୃତି। ଏହି ଅନନ୍ୟ ସୃଷ୍ଟି ଷୋଡ଼ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଇତିହାସର ଏ ଏକ ଗୌରବମୟ ଆଲେଖ ଲଖ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଓଡ଼ିଶାର ପୁରପଲ୍ଲୀରେ ବହୁ ଲୋକପ୍ରିୟ ତାଙ୍କର ଲକ୍ଷ୍ମୀପୁରାଣ ଗ୍ରନ୍ଥ ଉତ୍କଳୀୟ ଧାର୍ମିକ ଓ ସାଂସ୍କୃ ସାଂସ୍କୃତିକ ଜୀବନଧାରାକୁ ଗଭୀ ଭୀରଭାବେ ପ୍ରଭାବିତ କରିପାରିଛି। ତାଙ୍କ ରଚିତ କମଳଲୋଚନ ନ ଚଉତିଶା ତାଙ୍କୁ ଜଣେ ଶିଶୁ ସାହିତ୍ୟିକର ମାନ୍ୟତା ପ୍ରଦାନ କରେ।

 

ଓଡ଼ିଆ କାବ୍ୟ-ସାହିତ୍ୟର ଏହି ନିଷ୍ଠାପର ବାଣୀସାଧକ ଭକ୍ତକବି ବଳରାମ ଦାସ ଓଡ଼ିଆ ଜାତିର ଗର୍ବ ଓ ଗୌରବ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ