March 8, 2026

ରାଜ୍ୟସ୍ତରୀୟ ତୀରନ୍ଦାଜି ରେ ସମ୍ବଲପୁର ଜୁଯୋମୁରାର ବାଜିମାତ  ଜମଜ ଭଉଣୀ ଭାଇ ଆଣିଲେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ 

IMG-20251228-WA0035
Share

 

 

ସମ୍ବଲପୁର, ୨୮. ୧୨():ସମଗ୍ର ରାଜ୍ୟରେ ସମ୍ବଲପୁର ପାଇଁ ୨ ଜମଜ ଭାଇ ଭଉଣୀ ଆଣିଲେ ପୁଣି ଗୌରବ।ଗତ ୨ ଦିନ ଧରି କଟକ ଜିଲ୍ଲା କୁରଙ୍ଗ ଶାସନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ୧୩. ୧୫ ବର୍ଷ ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଏହି ସଫଳତା ଆଣିଛନ୍ତି ଯୁଯୋମୁରା ୨ ଜମଜ ଭାଇ ଭଉଣୀ।

 

କଟକ ଜିଲ୍ଲା ଆଚେରୀ ଆସୋସିଏସନ ଓ ଓଡିଶା ଆଚେରୀ ଆସିସିଏସନ ର ମିଳିତ ଆନୁକୂଲ୍ୟ ଓ ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ୨୭ ଓ ୨୮ ତାରିଖ ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ଵେଷା ଦେହୁରୀ ବାଳିକା ବିଭାଗରେ ୩୬୦ରୁ ୨୯୮ ପଏଣ୍ଟ ରଖି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅର୍ଣ୍ଣବ କୁମାର ଦେହୁରୀ ବାଳିକ ବିଭାଗରେ ୩୬୦ ରୁ ୩୨୯ ପଏଣ୍ଟ ଆଣି ରୌପ୍ୟ ପଦକ ଜିତିଛନ୍ତି।ସେହିପରି ପ୍ରତିମା ସରୁକାତ ବାଳିକା ବିଭାଗରେ ୩୬୦ ରୁ ୨୯୫ ପଏଣ୍ଟ ଆଣି ରୌପ୍ୟ ପଦକ ହାସଲ କରିଛନ୍ତି। ସମସ୍ତ ୩ ଜଣ ବିଜେତା ଜୁଯୋମୁରାର ହୋଇଥିବାରୁ ଯୁଯୋମୁରା ଓ ସମ୍ବଲପୁର ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି।ଏହି ସଫଳତା ପାଇଁ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଢ଼ାଖୋଲ ବିଧାୟକ ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ଦୁଲାଲ ପ୍ରଧାନ ପ୍ରମୁଖ ସମସ୍ତ ବିଜେତାଙ୍କୁ ନିଜ ନିଜ କୃତଜ୍ଞତା ଜଣାଇ ଭବିଷ୍ୟତ ସଫଳତା କାମନା କରିଛନ୍ତି।