ଓଡିଶା ର କାଶ୍ମୀର କୁହାଯାଉଥିବା କୋରାପୁଟ ଜିଲ୍ଲା ଏବେ ପ୍ରଚଣ୍ଡ ଥଣ୍ଡାରେ ଥର ହର ହେଲାଣି
କୋରାପୁଟ l ତା 28/12/2025 (ଗୁପ୍ତେଶ୍ୱର ରଥ)
ଓଡିଶା ର କାଶ୍ମୀର କୁହାଯାଉଥିବା କୋରାପୁଟ ଜିଲ୍ଲା ଏବେ ପ୍ରଚଣ୍ଡ ଥଣ୍ଡାରେ ଥର ହର ହେଲାଣି l ଗୋଟେ ପଟେ କୁହୁଡି ର ଚଦର ଭିତରେ ସକାଳ ଦଶଟା ଯାଏଁ ଘୋଡେଇ ହୋଇକି ରହିଥିବା ବେଳେ ଅନ୍ୟ ପଟେ ରାତ୍ର ର ପାରଦ ଖସିବାରେ ଲାଗିଛି ଏପରିକି ଚାରିଡିଗ୍ରୀ ସେଲସିଅସ ଯାଏଁ ଜିଲ୍ଲା ରେ ରହୁଥିବା ବେଳେ ବିଶେଷ କରି ଗ୍ରାମାଞ୍ଚଳରେ ବସ ବାସ କରୁଥିବା ସାଧାରଣ ଜନତା ଏହା ଦ୍ୱାରା ବେଶୀ ପ୍ରଭାବିତ ହେଲେଣି l ଏପରିକି ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରାସ୍ତା କଡ଼ରେ ନିଆଁ ଜlଳିକି ସେକି ହେଉଥିବାର ଦେଖାଯାଇଛି l 1969ମସିଆ ପରେ କୋରାପୁଟ ରେ ଏହି ପରି ଥଣ୍ଡା ଅନୁଭୂତ ହେଉଛି ବୋଲି ବୁଦ୍ଧିଜୀବୀମହଲ ରେ ଆଲୋଚନା ହେଉଛି l
