November 28, 2026

ଟ୍ରକ୍ ଧକ୍କାରେ +୨ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

IMG-20261128-WA0057
Share

ବନ୍ତଳା (୨୮/୧୧): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ଗ୍ରାମରେ ଶୋକାକୁଳ ପରିବେଶ। ଟ୍ରକ୍ ଧକ୍କାରେ ଜଣେ ୧୬ ବର୍ଷୀୟ +୨ ପ୍ରଥମ ବର୍ଷର ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।ମୃତ ଛାତ୍ର ଜଣକ ହେଲେ ତୁକୁଡ଼ା ଗ୍ରାମର ହେମନ୍ତ କୁମାର ସାହୁଙ୍କ ପୁଅ ହିତେଶ ସାହୁ। ସେ ପତିତପାବନ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷ କଳା ବିଭାଗରେ ଅଧ୍ୟୟନ କରୁଥିଲେ।ସୂଚନା ଅନୁଯାୟୀ, ଆଜି ମହାବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ହିତେଶଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା।ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

You may have missed