June 20, 2026

ଆକାଂକ୍ଷା ଜିଲ୍ଲା ଗଜପତି କୁ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଙ୍କ ଦୁଇ ଦିନିଆ ଗସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ କଲେ ସମୀକ୍ଷା …

IMG-20251128-WA0053
Share

ଗଜପତି ଜିଲ୍ଲା ଗସ୍ତରେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଶ୍ରୀମତୀ ରୂପା ମିଶ୍ର। ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ ରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ସମୀକ୍ଷା କରିଥିଲେ। ଗଜପତି ଜିଲ୍ଲା କୁ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲା ଭାବେ ଘୋଷଣା କରିଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଜିଲ୍ଲାର ସମସ୍ତ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଶୁ ବିକାଶ ଭଳି ବହୁ ବିକାଶଶୀଳ ଯୋଜନା ଗୁଡିକ ଜିଲ୍ଲାରେ ଚାଲୁ ରହିଛି। ସେହି କାର୍ଯ୍ୟ ଗୁଡ଼ିକ କିପରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଦେଖିବା ସହ କ୍ଷେତ୍ର ପରିଦର୍ଶନ ସହ ଅଧିକାରୀ ମାନଙ୍କ ସହ ବୈଠକ କରି ସମୀକ୍ଷା କରିବା ସଙ୍ଗେ ସ୍ଥାନୀୟ ଜନସାଧାରଣ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀମତୀ ରୂପା ମିଶ୍ର ଗଜପତି ଜିଲ୍ଲା ଅନ୍ତର୍ଗତ ବହୁ ବ୍ଲକ ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସଙ୍ଗେ ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଏବଂ ଚନ୍ଦ୍ରଗିରି ଠାରେ ଥିବା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହା ସଙ୍ଗେ ଯୁଗ୍ମ ସଚିବ ଶ୍ରୀମତୀ ରୂପା ମିଶ୍ର ଛାତ୍ର ଛାତ୍ରୀ ମାନଙ୍କ ସହ ଶିକ୍ଷା ପ୍ରଣାଳୀ ପଚାରି ବୁଝିବା ସହ ସ୍ଥାନୀୟ ଡକ୍ଟର ମାନଙ୍କ ସହ ଆଲୋଚନା କରିଥିଲେ। ଯୁଗ୍ମ ସଚିବ ଙ୍କ ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବିଡିଓ ରାଜୀବ ଦାସ, ସିଡିପିଓ ମୋହନା, ସ୍ଥାନୀୟ ଚିକିତ୍ସା ଅଧିକାରୀ, ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରମୁଖ ଉପସ୍ଥିତ ରହି ଯୁଗ୍ମ ସଚିବଙ୍କୁ ସମସ୍ତ ବିଷୟ ଅବଗତ କରାଇଥିବା ପ୍ରକାଶ।

You may have missed