September 14, 2026

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଭାରତ ଲୀଳା ଗୁରୁ ଶ୍ରୀଯୁକ୍ତ ହରିକୃଷ୍ଣ ବିଶ୍ବାଳଙ୍କୁ ସମ୍ମାନଜନକ ପୁରସ୍କୃତ

IMG-20251128-WA0031
Share

 

ପାରଳାଖେମୁଣ୍ଡି,ତା.୨୮.୧୧.୨୦୨୫

 

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ପରିଚାଳିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳାକାରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନକୁ ଆଧାର କରି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ବର୍ଷ ଲୋକନାଟ୍ୟ ନିମନ୍ତେ ଗୋଷାଣୀ ବ୍ଲକର ବଡ଼ଗାଁ ନିବାସୀ ଭାରତ ଲୀଳା ଗୁରୁ ଶ୍ରୀଯୁକ୍ତ ହରିକୃଷ୍ଣ ବିଶ୍ବାଳ ଙ୍କୁ ସମ୍ମାନଜନକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଅଛି ।ଏହି ପୁରସ୍କାର ସମାରୋହ ରେ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଉପସ୍ଥିତି ଥିଲେ,ବିଭାଗୀୟ ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ବିଜୟ କେତନ ଉପାଧ୍ୟାୟ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ.ଚନ୍ଦ୍ର ଶେଖର ହୋତା ଏବଂ ରାଜ୍ୟ ର ପ୍ରତିଷ୍ଠିତ ଚିତ୍ର ତାରକାଙ୍କ ସହ କଳାକାରଙ୍କ ଉପସ୍ଥିତି ରେ ଭଞ୍ଜକଳା ମଣ୍ଡପ ଠାରେ ପ୍ରଦାନ କରାଯାଇଅଛି । ଏହି ଖବର ପ୍ରଚାରିତ ହେବା ପରେ ଆମ ଜିଲ୍ଲାର ସାହିତ୍ୟ ଏକାଡେମି ସଦସ୍ୟ ଶ୍ରୀ ରଘୁନାଥ ପାତ୍ର ଏବଂ ଜିଲ୍ଲା ସଂସ୍କୃତି ପରିଷଦ ର ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।