September 14, 2026

ବିଦ୍ୟାଳୟ ପରିଦର୍ଶନ କଲେ କମିଶନର

IMG-20251128-WA0024
Share

ଆଜି ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିକୁ କମିଶନର ମହୋଦୟା ଶ୍ରୀମତି ରୂପା ମିଶ୍ର ପରିଦର୍ଶନରେ ଆସି ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ତତ୍ ପରେ ଶ୍ରେଣୀ ଗୃହ ପରିଦର୍ଶନ ଅବସରରେ ପିଲାମାନଙ୍କ ସହିତ ମଧୁର ଆଳାପ କରି ପାଠ ପଢା, ଜୀବନର ଲକ୍ଷ୍ୟ ଆଦି ବିଷୟରେ ପଚାରି ବୁଝି ମାର୍ଗ ଦର୍ଶନ ଦେଇଥିଲେ। ବିଦ୍ୟାଳୟର ପରିବେଶ , ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହିତ ପିଲାମାନଙ୍କୁ ପାଠ ପଢ଼ାଇବାର କୌଶଳ କୁ ମଧ୍ୟ ପରଖି ଥିଲେ। ପିଲା ମାନଙ୍କର ଉତ୍ତର ଦେବା ଶୈଳୀ ଏବଂ ପିଲାମାନଙ୍କର ଭଦ୍ର ନମ୍ର ବ୍ୟବହାର ତାଙ୍କୁ ଅଧିକ ଆକୃଷ୍ଟ କରିପାରିଥିଲା। ଏହି ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲରିମନ୍ ଖର୍ସେଲ ଏବଂ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ମଧ୍ୟ ଉପସ୍ଥିତ ରହି ଏହି ସମସ୍ତ ବିଷୟ ବସ୍ତୁ ଅନୁଧ୍ୟାନ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ରବିନା ଦାସ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ରାଉତ ସନ୍ଧ୍ୟାରଣୀ ଏବଂ କଳା ବିଭାଗର ଶିକ୍ଷକ ଯୁଧିଷ୍ଠିର ପାଇକଙ୍କର ପାଠ ପଢା ପରୀକ୍ଷଣ କରିଥିଲେ।ବିଦ୍ୟାଳୟର ସମସ୍ତ ବିଷୟରେ ଅନୁଧ୍ୟାନ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳଙ୍କ ସହିତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସାଧୁବାଦ ଜ୍ଞାପନ କରିଥିଲେ।