ବଳରାମ ଦେବ ବିଦ୍ୟାପୀଠ ପରିସରରେ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

IMG-20251128-WA0008
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ସଦରମହକୁମା ରେ ଅବସ୍ଥିତ ବଳରାମ ଦେବ ବିଦ୍ୟାପୀଠ ପରିସରରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ମଣ୍ଡଳ ଉନ୍ନୟନ ଅଧିକାରୀ ରୁମାନା ଜାଫ୍ରୀ ଯୋଗଦେଇ ବିଜ୍ଞାନ କ୍ଷେତ୍ରରେ ଆଧୁନିକ ଏ ଆଇ ର ପ୍ରୟୋଗ କରାଯାଉଛି। କୁନି ବୈଜ୍ଞାନିକ ମାନଙ୍କର ଉନ୍ନତ ଚିନ୍ତା ଧାରା ସମାଜ କଲ୍ୟାଣ କାମରେ ଲାଗିଲେ ଦେଶ ବିଶ୍ୱବିଦିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନଶିକ୍ଷକ ରମେଶ ବଳବନ୍ତରାୟ,, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣେଶ ବାରିକ, ପ୍ରଧାନଶିକ୍ଷକ ଜ୍ୟୋତ୍ସ୍ନାମଣି ମଙ୍ଗରାଜ ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା,ସ ଞ୍ଜୁଲତା ବେହେରା ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ଥିଲେ। ସିଆରସି ପ୍ରଶାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ବିଶ୍ୱ

ଜିତ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ ପ୍ରମୁଖ ଅତିଥି ରୂପେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି ବିତରଣ କରିଥିଲେ। କୃତି ପ୍ରତିଯୋଗୀମାନେ ହେଲେ ବୁଦ୍ଧିନନ୍ଦନ ମହାପାତ୍ର,ଚିନ୍ମୟ ବେହେରା, ସୋନାଲୀ ବେହେରା,ସ୍ୱତିକା ବେହେରା,ଦିଵ୍ୟାଶ୍ରୀ ପାଇକରାୟ, ନିରଞ୍ଜନ ବାରିକ, ସ୍ମୃତିରଞ୍ଜନ ଦାସ, ସୁବ୍ରତ ପରିଡ଼ା,ତନୱର ଚକ୍ରବର୍ତ୍ତୀ ଆଶୁମାନ ପଟ୍ଟନାୟକ,ସୋନାଲି କୋଦାମସିଙ୍ଗି, ବିକାଶ ପ୍ରଧାନ,ଲିତିକା ସ୍ୱାଇଁ ।୧୧ ଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୯୪ ଟି କୁନି ବୈଜ୍ଞାନିକ ମାନଙ୍କର ପ୍ରକଳ୍ପଗୁଡିକୁ ଅଧ୍ୟାପକ ଅଶୋକ ଦାଶ ଏବଂ ଶିବ ପ୍ରସାଦ ପିଡିକା ବିଚାରକ ରୂପେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସିଆରସିସି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଜେ ଆର ସି, ଏନ୍ ସି ସି ,ସ୍କାଉଟ ଗାଇଡ ସହଯୋଗ bh କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞିତା ଖଟୁଆ, ଶର୍ମିଲା ବେହେରାଙ୍କ ତତ୍ୱାବଧାନରେ ଶିଶୁମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଆକର୍ଷଣୀୟ ଥିଲା ।