July 6, 2024

ଅଗ୍ନିକାଣ୍ଡରେ ଘର ପୋଡି ଛାରଖାର , ସର୍ବସ୍ବାନ୍ତ ହେଲେ କୁଞ୍ଜଙ୍କ ପରିବାର

Share

ଅଗ୍ନିକାଣ୍ଡରେ ଘର ପୋଡି ଛାରଖାର , ସର୍ବସ୍ବାନ୍ତ ହେଲେ କୁଞ୍ଜଙ୍କ ପରିବାର
ବୁଗୁଡ଼ା : ତା ୨୮/୧୧/୨୩ : ବୁଗୁଡ଼ା ବ୍ଲକ ସଙ୍କୁରୁ ବାରିମାଳ ସାହିରେ ଅଗ୍ନିକାଣ୍ଡ ଯୋଗୁଁ କୁଞ୍ଜ ବିଷୋୟୀଙ୍କ ଘର ପୋଡି ଛାରଖାର ହୋଇଯାଇଥିବା ବେଳେ ତାଙ୍କର ପରିବାର ସର୍ବସ୍ବାନ୍ତ ହୋଇଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , କୁଞ୍ଜ ତାଙ୍କର ପରିବାର ସହ ତୀର୍ଥଯାତ୍ରା ସାରି ଆଜି ସକାଳେ ଘରକୁ ଫେରିଥିଲେ । ରୋଷେଇ କରିବା ପାଇଁ ଗ୍ଯାସ୍ ନିଆଁ ଲଗାଇବା କ୍ଷଣି ନିଆଁ ଚାରିଆଡକୁ ବ୍ଯାପି ଯାଇଥିଲା । ଫଳରେ ତାଙ୍କର ବାସନକୁସନ ସମେତ ସମସ୍ତ ଆସବାବପତ୍ର ଏପରିକି ଆଲମାରୀରେ ଥିବା ଟଙ୍କା ମଧ୍ୟ ଭସ୍ମୀଭୂତ ହୋଇଥିଲା । ଅଣଓସାରିଆ ଘର ଯୋଗୁଁ ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ଯମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ଏ ନେଇ ଖବର ପାଇବା ପରେ ବୁଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ କୁଞ୍ଜଙ୍କ ଛାତ ଘର ମଧ୍ଯ ଫାଟି ଯାଇଥିଲା । ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ହୋଇଥିବା କୁଞ୍ଜଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

You may have missed