March 13, 2026

ଉମରକୋଟ ରେ ମୋ ବ୍ୟାଙ୍କ ସେବା। ଉଧଘ।ଟିତ

IMG-20231128-WA0039
Share

ଉମରକୋଟ ରେ ମୋ ବ୍ୟାଙ୍କ ସେବା। ଉଧଘ।ଟିତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଆଜି ସନ୍ଧ୍ୟାରେ ଓରିଶା ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରେ ମୋ ବ୍ୟାଙ୍କ ସେବା ଉଧଘ।ଟନ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ୍ ରେ ଅଂଚଳ। ଠାରେ ଏକ ମାତ୍ର ମୋ ବ୍ୟାଙ୍କ ସେବା ର ଆରମ୍ନ ହେଇଛି। ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଭାବରେ ବ୍ଲକ୍ ଅଧକ୍ଷ। ସୁଶୀଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ। ଛାୟା ବିଶ୍ଵାସ, ସରପଂଚ ଅର୍ଜୁନ ଭତ୍ର।, ସମିତି ସଭ୍ୟ ଗୁଣ ଧର ଭତ୍ର।, ଲ୍ୟାମ୍ପ ସଭାପତି ପୁରୁଷୋତ୍ତମ ପୁଜାରୀ, ବରିଷ୍ଠ ବିଜେଡ଼ି ନେତା ଦେବୀ ସିଂ ମାଝୀ, ଉମରକୋଟ ଟାଉନ ସଭାପତି କୈଳାସ ନାୟକ, ଉମରକୋଟ ବି ଡି ଓ ପ୍ରୀତି ରଂଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂକେତ ନାୟକ ଙ୍କ ସମେତ ଏକ ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇ ଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦ୍ଵାରା ଏହି ସେବା ଆରମ୍ଭ ହେଇଛି। ଏହି ସେବା ଦ୍ଵାରା ସ୍ଥାନୀୟ ଲୋକଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହି। ବିଶେଷ କରି ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ବ୍ୟକ୍ତି ଏଥିରେ ବହୁ ଉପକୃତ ହେଇ ପାରିବେ ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ମାଝୀ କହିବା ସହ, ଏହି ଶାଖାରେ ନୂଆ ଆକାଉଣ୍ଟ ଖୋଲିବା, ଋଣ ପ୍ରଦାନ କାର୍ଯ୍ୟ ହେବା ସହ ଲୋକଙ୍କୁ ଆଉ ଦଲାଲ ର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ବ୍ଲକ୍ ଅଧକ୍ଷ। ସୁଶୀଳା ମାଝୀ ମତ ଦେଇ ଥିଲେ।