July 6, 2024

ଫସଲ ନଷ୍ଟକୁ ନେଇ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ବିଛିନାଞ୍ଚଳ ବାସୀ

Share

ଫସଲ ନଷ୍ଟକୁ ନେଇ ତହସିଲଦାରଙ୍କ ଦ୍ୱାରସ୍ତ ହେଲେ ବିଛିନାଞ୍ଚଳ ବାସୀ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଛିନାଞ୍ଚଳ ରେ ଥିବା କୋଟ୍ରା ଗୁଡା. ନୂଆଗୁଡା ବାକଟି ଗୁଡା. ଫୋଟକିକୁମ୍ବି. ଲୋକଟିଗୁଡ଼ା ଓ କୋଷିଗୁଡା ଏହି ଛଅ ଗୋଟି ଗ୍ରାମରେ ବର୍ଷା ପାଣି ଅଭାବ ରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି. ଫସଲ ବୀମା କରି ଆମେ ଫଶିଯାଇଛୁ. ପୂର୍ବରୁ ମଧ୍ୟ ବୀମା କମ୍ପାନୀ ଆମକୁ ଭୁଆଁ ବୁଲାଇଛି. ବାରମ୍ବାର ବୀମା କମ୍ପାନୀ ର ବ୍ଲକ କୋଡିନେଟର କୁ ଫୋନ ଯୋଗେ ଜଣେଇଛୁ. କିନ୍ତୁ ଆଜି ପର୍ଯନ୍ତ ଦେଖା ନାହିଁ.ବିଛିନାଞ୍ଚଳ ରେ ନଷ୍ଟ ହୋଇଥିବା ଅଞ୍ଚଳ କୁ ମରୁଡି ଅଞ୍ଚଳ ରୂପେ ଘୋଷଣା କରାଯାଇ.କ୍ଷତି ପୂରଣ ପ୍ରଦାନ କରିବା ପାଇଁ ତହସିଲଦାର ଙ୍କ ଦ୍ୱାରସ୍ତ ହୋଇ ଥିବାର ଜଣା ଯାଇଛି. ବୀମା କାଗଜ ପତ୍ର ସହ ଜମି ପଟା ମଧ୍ୟ ପ୍ରଦାନ କରିଥିବାର ଜଣାଯାଇଛି I ବୀମା କମ୍ପାନୀ କ୍ଷତି ପୂରଣ ନ ଦେଲେ. କୋର୍ଟର ଆଶ୍ରୟ ନେବୁ ବୋଲି ଗଣ ମାଧ୍ୟମକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି I ଯୁବ କଂଗ୍ରେସ ସଂଘ ଠକ ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱ ରେ ୱାର୍ଡ ସଭ୍ୟ ରାମ ଭୂମିଆ. ମା ମାଉଲି ଯୁବକ ସଂଘର ସଭାପତି ଉଦୟ ଦୁରୁଆ. ସମ୍ପାଦକ ରାମ ଦୁରୁଆ. ଜଗନ୍ନାଥ ଗୌଡ଼ ଙ୍କ ସମେତ ସଂଘର ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ I ରାଜସ୍ୱ ଓ କୃଷି ବିଭାଗର ମିଳିତ ତଦନ୍ତ ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମୁଦୁଲି ଗଣ ମାଧ୍ୟମ କୁ ସୂଚନା ଦେଇଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed