July 6, 2024

ଦୁଇଦିନିଆ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ର ଉଦ୍ଘାଟନ ଉତ୍ସବ ।

Share

ଦୁଇଦିନିଆ ଅସ୍ତରଙ୍ଗ ବେଳାଭୂମି ମହୋତ୍ସବ ର ଉଦ୍ଘାଟନ ଉତ୍ସବ ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପିର ଯାହାନିଆଁ ବେଳାଭୂମି ରେ ନଭେମ୍ବର,ସତେଇସ ଓ ଅଠାଇସ ତାରିଖ ଦୁଇ ଦିନ ଧରି, ହେବାକୁ ଯାଉଥିବା ମହୋତ୍ସବ ର, ପ୍ରଥମ ଦିବସରେ ବୋଇତ ବନ୍ଦାଣ ସହିତ ଉଦ୍ଘାଟିତ ହୋଇ ଯାଇ ଅଛି ଅସ୍ତରଙ୍ଗ,ବେଳାଭୂମି ମହୋତ୍ସବ୨୦୨୩ ।ଏହି ଉତ୍ସବ ର ପ୍ରଥମ ଦିବସରେ,ବାସନ୍ତୀ ହେମ୍ବ୍ରମ,ମହିଳା ଓ ଶିଶୁ ବିକାଶ ବିଭାଗ,ଓ ଦିଲ୍ଲୀପ ରାଉତରାୟ,ନିର୍ଦ୍ଦେଶକ,ସଂସ୍କୃତି ବିଭାଗ ,କ୍ରୀଡା ଓ ଯୁବ ବ୍ୟାପାର ,ଘରୋଇ ମନ୍ତ୍ରୀ ତୁଷାରକାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷସ୍ଵାଧୀନ କୁମାର ନାୟକ ପ୍ରମୁଖ ,ଅତିଥି ରୂପେ ଯୋଗଦେଇ ଥିଲେ । ସଭାକାର୍ଯ୍ୟ ପରେ,ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ନୃତ୍ୟାଙ୍ଗନା ଓଡ଼ିଶୀ,ପ୍ରିନ୍ସ ଡାନ୍ସ ଗ୍ରୁପ,ପ୍ରଜ୍ଞା ହୋତା ଓ ବିଷ୍ଣୁ ମୋହନ କବି ମିଉଜିକାଲ୍ ଟ୍ରୁପ୍ ଭାଗ ନେଇ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭ ରେ, ବୈଜୟନ୍ତି ବେହେରା, ଶାଇ କ୍ରିଷ୍ଣା ବାରିକ,ସୁଜାତା ଦେଇ,ରୂପାଲି ମଲ୍ଲିକ,ଅର୍ଚ୍ଚନା ଦାସ,ଆସ୍ମିନ ଜେନା ଆଦି ଏହି କାର୍ଯ୍ୟକ୍ରମ ପ୍ରଥମ ରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିଥିବାର ଦେଖା ଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଥମ କରି ଅନୁଷ୍ଠିତ ହେଉ ଥିବାରୁ ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରୁଥିବା ର ଦେଖା ଯାଇଥିଲା । କାର୍ଯ୍ୟକ୍ରମ କୁ ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସ୍ଥାନରେ ଦର୍ଶକ ଙ୍କ ନିମନ୍ତେ ଏଲ୍ ସି ଡି ଲଗାଯାଇ ଥିବାର ଦେଖାଯାଇଥିଲା ।                ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed