April 28, 2026

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସତ୍ୟନିଷ୍ଠା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251028-WA0080
Share

 

ପାରଳାଖେମୁଣ୍ଡି, ୨୮-୧୦-୨୦୨୫ (ମଙ୍ଗଳବାର):

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୫ ଅବସରରେ ତା୨୮-୧୦-୨୦୨୫ରିଖ ଅପରାହ୍ନ ୪.୩୦ ସମୟରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ସିଭିଲ କୋର୍ଟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ଓ ସେସନ୍ସ ନ୍ୟାୟାଧୀଶ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସତ୍ୟନିଷ୍ଠା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ନ୍ୟାୟାଧୀଶ ବିଭୁ ପ୍ରସାଦ ପଣ୍ଡା, ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ନରୋତ୍ତମ ସେଠୀ; ସିଭିଲ ଜଜ୍ (ସିନିଅର ଡିଭିଜନ), ଜୀବନାନନ୍ଦ ପାଢି, ସିଭିଲ କୋର୍ଟର ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିମଳ ରାଉଳ; ମହିଳା ଅଦାଲତର ସିଭିଲ ଜଜ୍ (ସିନିଅର ଡିଭିଜନ) ରଶ୍ମିତା ସାହୁ, ପାରଳାଖେମୁଣ୍ଡି ଏସଡ଼ିଜେଏମ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ଓ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପ୍ରମୁଖ ତଥା ଅନ୍ୟ ସମସ୍ତ କର୍ମଚାରୀଗଣ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।

 

ସେହିପରି ଆର.ଉଦୟଗିରି ସିଭିଲ କୋର୍ଟ ପ୍ରାଙ୍ଗଣରେ ସିଭିଲ ଜଜ୍ (ସିନିଅର ଡିଭିଜନ) ସୌଦାମିନୀ ବିଶ୍ବାଳ, ମୋହନା ସିଭିଲ କୋର୍ଟ ପ୍ରାଙ୍ଗଣରେ ଜେଏମ୍ଏଫସି ଶୁଭଜିତ ବେହେରା ତଥା କାଶୀନଗର ଗ୍ରାମ୍ୟ ନ୍ୟାୟାଳୟ ପରିସରରେ ଗ୍ରାମ ନ୍ୟାୟାଧୀକାରୀ ତଥା ଜେଏମ୍ଏଫସି ମୋନାଲି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କର୍ମଚାରୀ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ଗ୍ରହଣ କରିଥିଲେ।

You may have missed