ଆସୁଛି ଦୀପାବଳୀ,ଚଳଚଞ୍ଚଳ ହେଲାଣି କୁମ୍ଭାର ଶାଳ…….
ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ଭରଣ୍ଡୀ ଗ୍ରାମରେ ରହୁଥିବା କୁମ୍ଭାର ପରିବାରର ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ଦୀପ ଗଢିବାରେ ବ୍ୟସ୍ତ। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦିନ ରାତି ପରିଶ୍ରମ କରି ଭଳିକି ଭଳି ଦୀପ ସହ କୁମ୍ଭ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛନ୍ତି କୁମ୍ଭକାର ପରିବାର। ଦୀପ ଆଲୁଅରେ ଝଲସିବ ଅମାବାସ୍ୟାର ଅମା ଅନ୍ଧକାର ରାତି। ଦୀପାବଳୀ ରେ ମନେ ପଡନ୍ତି କୁମ୍ଭକାର ମାନେ କିଛି ଟଙ୍କା ଦେଇ ଦୀପ ଲୋକ ମାନେ କିଣନ୍ତି। ତେଣୁ ଏବେ ଠାରୁ ଚଳ ଚଞ୍ଚଳ ହେଲାଣି କୁମ୍ଭାର ଶାଳ। ଆଧୁନିକ ଯୁଗରେ ଚାରିଆଡ଼େ ବିଜୁଳି ଆଲୁଅ ରେ ଝଲସୁଛି ଏଣୁ ପୂର୍ବ ଭଳି ଦୀପ ର ଚାହିଦା ନାହିଁ।ଦୀପ ଗଢି ବିକ୍ରି କଲେ ସେମିତି ବିଶେଷକରି ଲାଭ ମିଳୁ ନାହିଁ। କିନ୍ତୁ ନିଜ କୌଳିକ ବୃତ୍ତି କୁ ନ ଛାଡ଼ି ପିଢ଼ି ପରେ ପିଢ଼ି ଏହି କାର୍ଯ୍ଯ କରିଆସୁଛନ୍ତି। ଦୀପ ଗଢ଼ିବା ପାଇଁ ମାଟି ଠାରୁ ଆରମ୍ଭ କରି ଜାଳ ପର୍ଯ୍ୟନ୍ତ ସବୁ ଜିନିଷପତ୍ର କିଣିବାକୁ ପଡୁଛି ପାଖରେ ଭଲ ମାଟି ନଥିବା ଯୋଗୁଁ ବହୁ ଦୂର ରୁ ମାଟି ଆଣିବାକୁ ପଡୁଛି। ଦୀପ ତିଆରି କରିବାକୁ ଘର ର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି। ଦିପାବଳିରେ ପର ଘର କୁ ଆଲୋକିତ କରୁଥିବା କୁମ୍ଭାକାରର ଭବିଷ୍ୟତ କିନ୍ତୁ ଅନ୍ଧକାର ଓ ଅନିଶ୍ଚିତତା ମଧ୍ୟରେ ରହିଛି। ନିଜେ କରୁଥିବା ପରିଶ୍ରମ ର ଉପଯୁକ୍ତ ମୂଲ୍ୟ ମିଳୁ ନାହି ସ୍ଥାନୀୟ ବଜାରରେ। ସେଥିପାଇଁ ନବରଙ୍ଗପୁର ଏବଂ ପଡୋଶୀ ଜିଲ୍ଲା କୋରାପୁଟ ର କୋଟପାଡ଼ ,ଜୟପୁର,ବୋରିଗୁମା,ପଡୋଶୀ ରାଜ୍ୟ ଛତିଶଗଡ ର ବସ୍ତର,କୋଣ୍ଡାଗାଁ, ଜଗଦଲପୁର ଓ କାଙ୍କେର ସହରକୁ ଯାଇ ସେଠାରେ ମାଟି ଦୀପ ର ଚାହିଦା ବହୁତ। ଟିକେ ଭଲ ଟଙ୍କା ମିଳୁଛି ବୋଲି କୁମ୍ଭକାର୍ ହାସମନ କୁମ୍ଭାର,ମହେଶ୍ୱର କୁମ୍ଭାର, ସନାଧର କୁମ୍ଭାର,ଜଦୁ କୁମ୍ଭାର, ଜୟସିଂ କୁମ୍ଭାର, ରାମନାଥ କୁମ୍ଭାର, ମହେନ୍ଦ୍ର କୁମ୍ଭାର, ଚନ୍ଦ୍ର ବତୀ କୁମ୍ଭାର,ସୁନାମଣି କୁମ୍ଭାର,ହଳଧର କୁମ୍ଭାର,କୈଳାଶ କୁମ୍ଭାର, ଦୁର୍ଯ୍ୟୋଧନ କୁମ୍ଭାର କହିଛନ୍ତି। କିନ୍ତୁ ଦୀପ ଟିଏ ତିଆରି କରିବା ର ପରିଶ୍ରମ କୁ କେହି ବୁଝି ପାରନ୍ତି ନାହିଁ। ଦୀପାବଳୀ ରେ ପର ଘର କୁ ଉଜ୍ଜଳ କରୁ ଥିବା ବେଳେ ନିଜ ଘରେ ଦିପାଳି ଟିଏ ଜାଳି ପାରନ୍ତି ନାହିଁ। ଲାଭ କମ ସ୍ଵତେ ନିଜ କୌଳିକ ବୃତ୍ତି କୁ ନଛାଡ଼ି ଦୀପାବଳୀ ଆସିବା ମାସେ ପୂର୍ବରୁ ପ୍ରସ୍ତୁତି ରେ ଲାଗି ପଡନ୍ତି ଚଳଚଞ୍ଚଳ ହୋଇ ଉଠେ କୁମ୍ଭାର ଗ୍ରାମ ଓ ପଡା ଗୁଡ଼ିକ।