September 29, 2024

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

Share

କାଶୀନଗର ବ୍ଲକ ମଧ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ବ୍ଲକର ପ୍ରତ୍ୟେକ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଧାରଣ ଜ୍ଞାନ, ବିଜ୍ଞାନ ଓ ଗଣିତ ବିଷୟକୁ ନେଇ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା।ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା। ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାଇମ୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ ଏ ସି ଉପାଧ୍ୟକ୍ଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା, ସମାଜ ସେବୀ ହୃଷିକେଶ ଗୌଡ଼, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଜେ.ବିମଳା ଦାସ, ଏ ଵି ଇ ଓ ଯୋଗେଶ କୁମାର, ବ୍ୟାଙ୍କ ପ୍ରବନ୍ଧକ ରବିନ୍ଦ୍ର ମଲ୍ଲିକ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ବହୁଳ ମାତ୍ରାରେ ଏପରି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ସାହିତ କରିବା ପାଇଁ ବକ୍ତୃତା ମାନ ଦେଇ ଥିଲେ କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରରେ ଭାଗ ନେଇ ପାରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ କହିଥିଲେ।ଏହି କାର୍ଯ୍ୟକ୍ରମ ସି ଆର ସି ସି ମଧୁ କୁମାର, ଵି.ମୋହନ ରାଓ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବା ସହ ପରିଚାଳନା ମଧ୍ୟ କରିଥିଲେ।