April 29, 2026

ଶିବାନନ୍ଦ ଆଶ୍ରମର “ଅନ୍ନପୂର୍ଣ୍ଣା ଭବନ” ଉଦଘାଟିତ 

IMG-20240928-WA0014
Share

ବୁଗୁଡା : ତା ୨୮/୦୯/୨୪ : ସ୍ଥାନୀୟ ଦିବ୍ଯ ଜୀବନ ସଂଘ ଶିବାନନ୍ଦ ଆଧ୍ଯାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ପରିସରରେ “ଅନ୍ନପୂର୍ଣ୍ଣା ଭବନ” ର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଶ୍ବିନ କୃଷ୍ଣ ଏକାଦଶୀ ତିଥିରେ ଋଷିକେଶସ୍ଥ ଶିବାନନ୍ଦ ଆଶ୍ରମର ମହାସଚିବ ଶ୍ରୀ ସ୍ବାମୀ ଅଦ୍ବୈତାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ଵାରା ଉକ୍ତ ଅନ୍ନପୂର୍ଣ୍ଣା ଭବନର ଶୁଭ ଉଦ୍ଘାଟନ ହୋଇଥିଲା ବେଳେ ସ୍ବାମୀ ଅକ୍ଷରାନନ୍ଦ ସରସ୍ବତୀ ଓ ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ସମେତ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା । ଏ ଅବସରରେ ଆଧ୍ଯାତ୍ମିକ ପୁସ୍ତିକା “ଅଜପା ଜପ” ର ଉନ୍ମୋଚନ ସାଙ୍ଗକୁ ଗୁରୁକୃପା ପ୍ରାପ୍ତି ଲକ୍ଷ୍ୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଶ୍ରୀ ସ୍ବାମୀ ଅଦ୍ବୈତାନନ୍ଦ ସରସ୍ବତୀ ମହାରାଜ ଆଶ୍ରୀବଚନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସଭାପତି କାଶୀନାଥ ବିଷୋୟୀ, ଉପସଭାପତି ରଘୁନାଥ ସାହୁ, ସମ୍ପାଦକ ସନ୍ତୋଷ କୁମାର ରାଉତ, ସହସମ୍ପାଦକ ରିନା ଚୌଧୁରୀ, କୋଷାଧକ୍ଷ କିଶୋର ପଣ୍ଡା ପରିଚାଳନା କରିଥିଲା ବେଳେ ଅନ୍ଯମାନେ ଏଥିରେ ସହଯୋଗ କରିଥିଲେ।