ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ
ବରଗଡ – (ସୁଦାମ ଦୀପ) ଆଜି ଜାତୀୟ କ୍ରାଡା ଦିବସ ଅବସରରେ ବରଗଡ଼ ଜିଲ୍ଲା ଯଦୁମଣୀ ଦାଶ ଅଡିଟୋରିଅମ ପରିସରରେ ପାଳନ କରାଯାଇ ଜାତୀୟ ସ୍ତରର ଖେଲାଳି ଶ୍ରୀମାନ ଧିରେନ୍ଦ୍ର କୁମାର ମେହେରଙ୍କୁ ସମର୍ଦ୍ଧିତ କରାଯାଇଛି। ଏହି ଅବସରରେ ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି,ଉଚ୍ଚ ଶିକ୍ଷା ଓ କ୍ରୀଡା, ଯୁବ ସେବା ବିଭାଗ ମନ୍ତ୍ରୀ ମାନ୍ୟବର ସୂରଜ ସୂର୍ଯ୍ୟବଂଶୀ, ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡଙ୍ଗୀ,ଭଟଲି ବିଧାୟକ ଇରାସିସ ଆଚାର୍ଯ୍ଯ,ତଥା ଜିଲାପାଳ ଆଦିତ୍ଯ ଗୋୟଲ। ଧିରେନ୍ଦ୍ର ମେହେର ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମର ଶ୍ରୀମତୀ ପ୍ରେମଶିଳା ମେହେର ଓ ଶ୍ରୀଯୁକ୍ତ ନେହେରୁ ମେହେରଙ୍କ ସୂପୁତ୍ର, ସେ ଭିନ୍ନକ୍ଷମ କ୍ରିକେଟ ଦଳରେ ଓଡିଶାରୁ ସ୍ଥାନ ପାଇ ଅଲ ରାଉଣ୍ଡର ଭାବରେ ଭଳ ପ୍ରଦର୍ଶନ କରି ଜାତୀୟ ସ୍ତରରେ ମନୋନୀତ ହୋଇ ଭଳଖେଲି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
