August 29, 2026

ବିଦ୍ୟାଳୟ ଆଗରେ ପାନ ଦୋକାନ…. ପାନ ଦୋକାନରେ ମଦ ବିକ୍ରି କରି ଦୁଇ ଗିରଫ….

IMG-20260828-WA0057
Share

କୁଜଙ୍ଗ,

(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ବିଦ୍ୟାଳୟ ଆଗରେ ପାନ ଦୋକାନ ଓ ସେହି ଦୋକାନରେ ମଦ ବିକ୍ରି ଅଭିଯୋଗରେ କୁଜଙ୍ଗ ତହସିଲଦାର ଏବଂ କୁଜଙ୍ଗ ପୋଲିସ ପ୍ରଶାସନ ର ମିଳିତ ଚଢ଼ାଉ କରି ପାନ ଦୋକାନରୁ ଦଶ ଲିଟର ମଦ ଜବତ କରାଯାଇଛି l ଏହି ମଦ କାରବାର ରେ ଦୁଇଟି ମୋଟର ସାଇକଲେ ମଧ୍ୟ ଜବତ କରାଯାଇଛି l ସୂଚନା ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ ଅଗପାଳ ଗ୍ରାମର ଅଭୟ କୁମାର ନାଥ, ଅଗପାଳ ଆଦର୍ଶ ବିଦ୍ୟାଳୟ ସମୁଖରେ ଏକ ପାନ ଦୋକାନ ରେ ବେଆଇନି ଭାବେ ମଦ ରଖି ବିକ୍ରି କରୁ ଥିଲେ l ଏହାକୁ ନେଇ ସ୍ଥାନୀୟ ଲୋକେ କୁଜଙ୍ଗ ଥାନା ରେ ଅଭିଯୋଗ କରିଥିଲେ ।ଅଭିଯୋଗ ଆଧାରରେ ଗୁରୁବାର ଦିନ ତହସିଲଦାର ଓ ପୋଲିସ ପ୍ରଶାସନ ର ମିଳିତ ଟିମ ପାନ ଦୋକାନ ରେ ଚଢ଼ାଉ କରି ଥିଲେ l ଚଢ଼ାଉ ସମୟରେ ପାନ ଦୋକାନରୁ ଦଶ ଲିଟର ରୁ ଅଧିକ ମଦ ମିଳି ଥିଲା ଚୋରା ମଦ କାର ବାର ରେ ପୋଲିସ ଅଭୟ ନାଥ ଓ ତାଙ୍କ ପୁଅ ଜ୍ୟୋତି ରଞ୍ଜନ ନାଥ ଓ ରଶ୍ମିରଂଜନ ନାଥ କୁ ଥାନା କୁ ନେଇ ଥିବା ଜଣା ପଡିଛି l ଅଭୟ ଙ୍କ ନାମରେ ପୂର୍ବରୁ ଏକାଧିକ ଅବକାରୀ ମାମଲା ଥିବା ଦର୍ଶାଇ ପୋଲିସ ଦୋକାନ କୁ ସିଲ କରିଥିଲେ । ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ସମୁଖରେ ମଦ ବିକ୍ରି ଅଭିଯୋଗ କୁ ପୋଲିସ ଗୁରୁତର ସହ ନେଇ ଏହି ପଦକ୍ଷେପ ନେଇଥିବା ଜଣା ପଡିଛି l ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ବ୍ୟୋମ କେଶ ପ୍ରଧାନ, ଭାରପ୍ରାପ୍ତ ଥାନା ଅଧିକାରୀ ବଂଶୀଧର ପ୍ରଧାନ, ଏସ.ଆଇ.ରଶ୍ମିରଂଜନ ସାହୁ ଓ ଅଜୟ ଅର୍ଜୁନ ଖଣ୍ଡଗିରି ମିଳିତ ଚଢ଼ାଉ ରେ ସାମିଲୀ ଥିଲେ l ଘଟଣାକୁ ନେଇ କୁଜଙ୍ଗ ପୋଲିସ ର ତଦନ୍ତ ଜାରି ଥିବା ଜଣା ପଡିଛି l