April 25, 2026

ଲାଞ୍ଜିଗଡ଼ ଗ୍ରାମରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଲିତ

IMG-20250828-WA0022
Share

ଲାଞ୍ଜିଗଡ଼ ଗ୍ରାମରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଲିତ ହୋଇଯାଇଛି ଯଥା ପ୍ରଧନୀ ପଡ଼ା, ଡ଼ମ୍ ବିଶି ପଡ଼ା, ରାଜା ପଡ଼ା, ମଝି ପଡ଼ା, ପୁଝାରୀ ପଡ଼ା, ଗୌଡ ପଡ଼ା ଓ ମହାଦେବ ପଡ଼ା। ସମସ୍ତ ପଡ଼ା ରେ ଗଣେଶ ଭଗବାନଙ୍କୁ ଅତି ନିଷ୍ଠାର ସହ ପୂଜା କରିଥିଲେ। ସମସ୍ତ ପଡ଼।ରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧନି ପଡ଼ା ରେ ଏକ ନିଆରା ଢ଼ଙ୍ଗରେ ଅନୁଷ୍ଠିତ ହୋଇଥିଲା। ସୁଦୂର ଉମରକୋଟ ରୁ ଆସିଥିବା ଦୃଷ୍ଟିହୀନ ଗାୟକ ଦଳ କୁ ନେଇ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୃଷ୍ଟିହୀନ ମନେ ଅତି ସୁନ୍ଦର ଭାବରେ ଭଜନ ପରିବେଷଣ କରିଥିଲେ। ଦର୍ଶକ ମାନେ ସେମାନଙ୍କୁ ବହୁତ ଉତ୍ସାହିତ କରିଥିଲେ।

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ

ନିଉଜ୍ ଉପାନ୍ତ ଖବର