ଖୋର୍ଦ୍ଧା ଶକ୍ତିନଗରରେ ଅବକାରୀ ବିଭାଗର ଚଢ଼ାଉ : ବ୍ରାଉନସୁଗାର ସହ ବାଇକ ଜବତ, ଜଣେ ମହିଳା ଓ ଜଣେ ପୁରୁଷ ଗିରଫ
ଖୋର୍ଦ୍ଧା:( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ସହରର ଶକ୍ତିନଗର ଲେନ–୨ ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାର ବିରୋଧରେ ସଫଳତା ମିଳିଛି। ଚଢ଼ାଉ ସମୟରେ ବ୍ରାଉନସୁଗାର ସହ ଏକ ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ, ବଜାର ମୂଲ୍ୟ ଏବଂ ଅଭିଯୁକ୍ତମାନଙ୍କ ପରିଚୟ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଜିଲ୍ଲାରେ ନିଶା କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ଏଭଳି ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।
