July 29, 2026

ଟାଙ୍ଗୀ ଅନୁନିବନ୍ଧଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

IMG-20260728-WA0039
Share

 

 

 

ଖୋର୍ଦ୍ଧା-:( ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅନୁନିବନ୍ଧ କାର୍ଯ୍ୟାଳୟରେ ବିଦାୟୀ ଅନୁନିବନ୍ଧ ସୁଶ୍ରୀ ଶୁଭ୍ରାଂଶୁ ପ୍ରଭା ମିଶ୍ରଙ୍କୁ ଉଦ୍ଦେଶ୍ୟ କରି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ, ଦଲିଲ ଲେଖକ ସଂଘ, ଷ୍ଟାମ୍ପ ପେପର ବିକ୍ରେତା ଏବଂ ଆଇନଜୀବୀମାନଙ୍କ ପକ୍ଷରୁ ସୁଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସୁଶ୍ରୀ ଶୁଭ୍ରାଂଶୁ ପ୍ରଭା ମିଶ୍ର ପଦୋନ୍ନତି ପାଇ ଚିଲିକା ତହସିଲର ଅତିରିକ୍ତ ତହସିଲଦାର ଭାବେ ବଦଳି ହୋଇଥିବା ବେଳେ, ଟାଙ୍ଗୀ ଅତିରିକ୍ତ ତହସିଲଦାର ସନାତନ ମଲ୍ଲିକ ଅନୁନିବନ୍ଧ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ବକ୍ତାମାନେ ସୁଶ୍ରୀ ମିଶ୍ରଙ୍କ କର୍ମନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ୱବୋଧର ଭୂୟସୀ ପ୍ରଶଂସା କରି ତାଙ୍କ ନୂତନ କାର୍ଯ୍ୟଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଅବସରପ୍ରାପ୍ତ କିରାଣୀ ସୁଶାନ୍ତ କୁମାର ମାଝୀଙ୍କୁ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।