June 30, 2026

ସରସ୍ବତୀ ଶିଶୁ ମନ୍ଦିର ର ପଦ୍ମପୁର ଶିଶୁ ବାଟିକା ବିଭାଗର ମାତୃ ସମ୍ବିଳନୀ ଅନୁଷ୍ଠିତ ।

Share

 

ପଦ୍ମପୁର : (ଉପାନ୍ତ ଖବର) ୨୮/୦୭/୨୪ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ଶିଶୁବାଟିକା ବିଭାଗର

ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ସଂସ୍କୃତ ଶିକ୍ଷକ ତଥା ପ୍ରବଚକ ଶ୍ରୀଯୁକ୍ତ ହରିହର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ବିକାଶ ରେ ମାତାଙ୍କ ଭୂମିକା ଓ ଶିଶୁଶିକ୍ଷା ରେ ପ୍ରଚଳିତ ଭ୍ରାନ୍ତ ଧାରଣା ଓ ନିରାକରଣ ଉପରେ ଆଲୋକ ପାତ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ମାର୍ଗ ଦର୍ଶନ କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ଗୀତାଞ୍ଜଳୀ ଗୁରୁମା ସଂଯୋଜନା କରିଥିବା ବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ ।ଉକ୍ତ ସମ୍ମିଳନୀରେ ୧୦୫ ଜଣ ମାଆ ଯୋଗ ଦେଇଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)