June 18, 2026

ମୋହନା ଖ୍ରୀଷ୍ଟିଆନ ସାହିର ଜଣେ ମହିଳାଙ୍କୁ ମାଡ଼ ମାରି ରକ୍ତାତ କରି ଆଶାକର୍ମୀ ଜେଲ ଗଲେ

a33fe47b-69f0-4858-a6d3-cbd477af1ee5
Share

ପାରଳାଖେମୁଣ୍ଡି:୨୮/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଜଣେ ମହିଳାଙ୍କୁ ରକ୍ତାତ କରି ଜଣେ ଆଶା କର୍ମୀ ଜେଲ ହାଜତକୁ ଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ମୋହନା ବ୍ଲକ ସଦର ମହକୁମା ମୋହନାର ଖ୍ରୀଷ୍ଟିଆନ ସାହିର ଆଶା କର୍ମୀ ରେଣୁଲିମା ତାଙ୍କ ପଡୋଶୀଙ୍କ ସହ ବଚସା ହୋଇଥିଲା. ଏଥିରେ ରେଣୁ ଅତ୍ୟନ୍ତ କ୍ରୋଧାନ୍ବିତ ହୋଇ ଏକ କାଠ ଫାଳିଆରେ ପଡୋଶୀରେ ରହୁଥିବା ଜଣେ ବିଧବା ମହିଳାଙ୍କୁ ଆକ୍ରମଣ କରିଥିଲେ. ଏଥିରେ ବିଧବା ମହିଳାଙ୍କ ମୁଣ୍ଡ ଫାଟି ରକ୍ତାତ ହୋଇଥିଲେ. ଘଟଣାଟି ମୋହନା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆଶାକର୍ମୀ ରେଣୁଲିମାଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଥିଲେ. କୋୖର୍ଟରେ ରେଣୁଙ୍କ ଜାମିନ ନାମଞ୍ଜୁର ହେବା ଯୋଗୁ ଆର. ଉଦୟଗିରି ସବଜେଲକୁ ରେଣୁକୁ ପଠାଇ ଦେଇଥିବା ସୂଚନା ମିଳିଛି