ଆଜିର ଖବର..
ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଜୁନ ୩୦ ଓ ଜୁଲାଇ ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।
ରାଜ୍ୟରେ ୨ ଲକ୍ଷ ହିତାଧିକାରୀ ସୁଭଦ୍ରା ଟଙ୍କା ବଣ୍ଟା ଯୋଜନାରୁ ବଂଞ୍ଚିତ। ଲକ୍ଷେ ମହିଳାଙ୍କ କ୍ଷେତ୍ରସ୍ତରୀୟ ତଦନ୍ତ ବାକି।
ବିଇଡି ନାମଲେଖା ପରୀକ୍ଷାରେ ବଡ କେଳେଙ୍କାରୀ ଅଭିଯୋଗ। ପୁଣି ଥରେ ପରୀକ୍ଷା ହେବ, ପ୍ରକାଶ ପାଇବ ନୂଆ ତାରିଖ।
ଏବେ ଆରମ୍ଭ ହେବ ମାଗଣା ‘୧୦୯ ଶବ ବାହନ ସେବା, ୨ ତାରିଖରେ ଗାଇଡଲାଇନ ପ୍ରସ୍ତୁତି ହେବ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମିଳିବ ଜୋତା, ମୋଜା, ଟୋପି। ଟି ସାର୍ଟରେ ‘ବିଦ୍ଯାବନ୍ତ ବିଦ୍ୟାର୍ଥୀ’, ବିକଶିତ ଓଡ଼ିଶା ଲୋଗୋ
ପୁରୀ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ବିଫଳ, ସଠିକ ବ୍ୟାରିକେଡ ହୋଇନଥିଲା, ଦଳାଚକଟାରେ ୭୦୦ରୁ ଅଧିକ ଭକ୍ତ ଆହତ ହୋଇ ହସପିଟାଲରେ
ପୁରୀରେ ସରକାରଙ୍କ କଟକଣାକୁ ମାନିଲେନି ସେବାୟତ, ରଥ ଉପରେ ସେବାୟତଙ୍କ ହାତରେ ମାଳମାଳ ମୋବାଇଲ।
ପୁରୀ ରଥଟଣାରେ ଅବ୍ୟବସ୍ଥା, ସନ୍ଧ୍ୟା ସାତଟା ପରେ ଜଗନ୍ନାଥଙ୍କ ରଥଟଣା ଆରମ୍ଭ, ଘୁଞ୍ଚିଲା ନାହିଁ ନନ୍ଦିଘୋଷ। ପ୍ରଶାସନ କହିଲା ସବୁ ପ୍ରଭୁଙ୍କ ଇଚ୍ଛା।
କଟକ ଶିଶୁ ଭବନର ନୂଆ ବିଲ୍ଡିଂ କାନ୍ଥ ଭୁଶୁଡ଼ିଲା। ଦୁଇ ଦିନ ବର୍ଷାରେ ନୂଆ ବିଲ୍ଡିଂ ବେହାଲ। ସରକାରୀ ଇଂଜିନିୟର କଣ କରୁଥିଲେ, ତା ଉପରେ ପ୍ରଶ୍ନ।
ରାଉରକେଲାକୁ ବ୍ୟାପିଲା ଡାଇରିଆ। ଆର୍ଜିଏଚ୍ରେ ବଢୁଛି ରୋଗୀସଂଖ୍ୟା, ଦୁଇ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର
ବାଲେଶ୍ଵର ସୋରରେ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଶେଖ ରାଜୀବ ଗିରଫ।
ବାଲେଶ୍ଵର ନୀଳଗିରିରେ ଝିଅ ବାହାଘରରେ ୱାସିଂ ମେସିନ୍ ଦେଲେନି ବୋଲି କ୍ୟାନ୍ସର ପୀଡ଼ିତା ଅଙ୍ଗନବାଡ଼ି କର୍ମୀଙ୍କୁ ବୈଠକରୁ ବାହାର କଲେ ପରିଦର୍ଶିକା
କେନ୍ଦୁଝର ସଦର ଅରଡେଇ ନଦୀରୁ ଯୁବକଙ୍କ ଶବ ଉଦ୍ଧାର। ମୃତକ ହେଲେ ବାଲିସୁଆଁ ଗ୍ରାମର ତାରିଣୀସେନ ନାଏକ
ଗଞ୍ଜାମ ଜିଲ୍ଲା ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ରଥଚକ ମାଡ଼ିଯିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି
ଭଦ୍ରକରେ ଭାଙ୍ଗିଲା ଆରଡ଼ିପୀଠ ଡ୍ରେନ ପ୍ରାଚେରୀ। ଶିବଗଙ୍ଗା ହେଲା ପ୍ରଦୂଷିତ
କୋଲକାତାରେ ପୁଣିଥରେ ଲଜ୍ୟାଜନକ ଖବର। ଆଇନ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ, ମହିଳା କମିଶନ କରୁଛନ୍ତି ତଦନ୍ତ।
ଦେଶର ୩୪୫ ଟି ରାଜନୈତିକ ଦଳର ଅସ୍ତିତ୍ୱ ପ୍ରଶ୍ନ। ନିର୍ବାଚନ ଆୟୋଗ ପଞ୍ଜିକରଣ ବାତିଲ କରିପାରେ ।
ଏଣିକି ଟ୍ରେନ ବିଳମ୍ବ ହେଲେ କିମ୍ବା ଏସି ଖରାପ ଥିଲେ ଯାତ୍ରୀ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇପାରିବେ।
କର୍ଣ୍ଣାଟକ ଜଙ୍ଗଲରୁ ମିଳିଲା ୫ ବାଘଙ୍କ ମୃତଦେହ, କେହି ବିଷ ଦେଇ ହତ୍ୟା କରିଥିବା ସନ୍ଦେହ
ଗୁଜୁରାଟ ଅହମଦାବାଦ ରଥଯାତ୍ରାରେ ଅଘଟଣ। ହାତୀ ଅଣାୟତ୍ତ ହୋଇ ଦୌଡ଼ିଲା, ଭୟରେ ଧାଇଁଲେ ଭକ୍ତ
ବାଂଲାଦେଶରୁ ଝୋଟ ଉତ୍ପାଦନ ଓ ବୁଣା କପଡ଼ା ଆମଦାନୀ ଉପରେ କଟକଣା ଲଗାଇଲା ଭାରତ।
ଖାମଖିଆଲି ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ନିନ୍ଦା କଲା ଜାପାନ
======================
ଆଜି ଲଜିଷ୍ଟିକସ ଦିବସ
ବିଶ୍ୱ ବୀମା ସଚେତନତା ଦିବସ
ଆଜି ଜନ୍ମଦିନ: ପିଭି ନରସିଂହା ରାଓ, ଵିଶାଲ ଦଦଲାନୀ, ଏଲନ ମାସ୍କ
ଆଜି ତିରୋଧାନ: ପ୍ରଶାନ୍ତ ମହାଲାନୋବିସ
ଇତିହାସରେ ଆଜି ଦିନ: (୧୯୭୫) ଭାରତୀୟ ପ୍ରେସ ସ୍ବାଧୀନତା ଉପରେ ଲାଗିଲା ସରକାରୀ କଟକଣା/ (୧୭୪୮) ଆମଷ୍ଟରଡାମ ଦଙ୍ଗାରେ ୨୦୦ରୁ ଅଧିକ ମୃତ/ (୧୯୧୯) ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେଲା/ (୧୮୨୦) ଟମାଟୋ ଏକ ବିଷାକ୍ତ ଖାଦ୍ୟ ନୁହେଁ ବୋଲି ପ୍ରମାଣିତ ହେଲା/ (୧୯୫୨) ଦକ୍ଷିଣ ଆଫ୍ରିକାରେ ନେଲସନ ମାଣ୍ଡେଲାଙ୍କ ପ୍ରଥମ ଜେଲଦଣ୍ଡ
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
