April 27, 2026

ପ୍ରଶାସନର ହସ୍ତକ୍ଷେପ ପରେ ଧାନ ଉଠିଲା

IMG-20250628-WA0056
Share

           କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଡଙ୍ଗରିହଜାରହଜାର କୁଇଣ୍ଟାଲ ଧାନ ମଣ୍ଡି ରେ ଏକାଧିକ ଦିନ ହୋଇ ପିଡି ରହିଛି. ଗଜା ହୋଇଗଲାଣି କିନ୍ତୁ କୌଣସି ଗାଡିର ଠିକ ଠିକଣା ନାହିଁ ଧାନ ନେବା ପାଇଁ ତେଣୁ ଆଜି ସକାଳେ ଧାନ ବସ୍ଥା ଗୁଡିକ ମଣ୍ଡି ସ୍ଥଳ ରୁ ଆଣି ଜାତୀୟ ରାଜ ପଥ ଅବରୋଧ କରାଯାଇ ଥିବା ଖବର ପାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ସମେତ ତହସିଲଦାର ଟ୍ୱିଙ୍କିଲ ସେଠି. ବିଡ଼ିଓ ସନ୍ଧ୍ୟା ସମରଥ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ରୋକ ହଟିବା ସହ ଧାନ ନେବା ପାଇଁ ଗାଡି ପହଞ୍ଚି ଥିବା ଜଣାଯାଇଛି. ଚାଷୀଙ୍କ ଠାରୁ ଦୁଇ ହଜାର ଟଙ୍କା ଟ୍ରାନ୍ସପଟେସନ ଚାର୍ଜ ଗାଡି ମାଲିକ ଦଲାଲ ଙ୍କ ଜରିଆରେ ନେଉ ଥିବା ଚାଷୀ ଅଭିଯୋଗ କରିଛନ୍ତି. ଦଲାଲ ଓ ଡାଟା ଅପରେଟର ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଚାଷୀଙ୍କ ସମସ୍ୟା ସମାଧାନ ହେଉ ନ ଥିବା ଜଣାଯାଇଛି. ଚାଷୀ ମାନେ ଅତରିକ୍ତ ତହସିଲଦାର ପର୍ଶୁରାମ ଭତରା ଏମଡି ରାଜେନ୍ଦ୍ର ନାୟକ ମଣ୍ଡି ରେ ରହି ତଦାରଖ କରୁଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.