May 28, 2026

ଧର୍ମ ପରାୟଣ ମହିଳାଙ୍କ ପରଲୋକ

IMG-20260528-WA0037
Share

 

 

ବୋଲଗଡ଼, ୨୮/୫ (ଉପାନ୍ତ ଖବର): ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ପଞ୍ଚାୟତର ଏଲୋପଡ଼ା ଗ୍ରାମର ଜୟକୃଷ୍ଣ ନାୟକଙ୍କ ଧର୍ମ ପତ୍ନୀ ଭାବେନୀ ନାୟକ(୫୭)ଙ୍କ ପରଲୋକ ହୋଇଛି। କିଛି ଦିନ ହେଲା ଅସୁସ୍ଥ ହୋଇ ଭୂବନେଶ୍ବର ସମ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସଂଧ୍ୟାରେ ୭ଟା ସମୟରେ ତାଙ୍କର ହୃଦଘାତ ହୋଇ ଥିଲା ମୃତ୍ୟୁସଜ୍ୟା ନିକଟରେ ତାଙ୍କ ସ୍ୱାମୀଙ୍କ ସମେତ ଦୁଇପୁତ୍ର,ଝିଅ ଜ୍ୱାଇଁ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ମୃତ ଦେହକୁ ତାଙ୍କ ଗ୍ରାମ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ସେ ଜଣେ ଧର୍ମପରାୟଣା,ପରୋଉପକାରୀ ଓ ସହୃଦୟା ମହିଳା ଭାବେ ସେ ବେସ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ ଭାପୁର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।