April 29, 2026

ପାରଳାଖେମୁଣ୍ଡି ଭଣ୍ଡାରି ସାହି ଗୋଷ୍ଠୀ କେନ୍ଦ୍ର ଠାରେ କୃପାଳୁ ଶିଶୁସାହିତ୍ୟଆସର ଅନୁଷ୍ଠିତ

IMG-20230528-WA0009
Share

ପାରଳାଖେମୁଣ୍ଡି ଭଣ୍ଡାରି ସାହି ଗୋଷ୍ଠୀ କେନ୍ଦ୍ର ଠାରେ କୃପାଳୁ ଶିଶୁସାହିତ୍ୟଆସର
ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୮/୫(ଗରୁଡ଼ଧ୍ଵଜଚୌଧୁରୀ)ପ୍ରତିମାସର ଶେଷ ରବିବାର ଦିନ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସର ଭଣ୍ଡାରି ସାହି ଗୋଷ୍ଠୀ ହଲ୍ ଠାରେ ଆମ ଭାଷାର ପରିଚୟ ବିଷୟକୁ ନେଇ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥିରୂପେ ସ୍ଥାନୀୟ ଶ୍ରୀମତୀ ସଙ୍ଗୀତା ମହାରଣା ଏବଂ ଶିକ୍ଷକ ଅରବିନ୍ଦ ପଟ୍ଟନାୟକ ଯୋଗ ଦେଇ ଆଲୋଚନାରେ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ବିଷୟବସ୍ତକୁ ବୁଝାଇ ଆମ ମାତୃଭାଷାକୁ ନିର୍ଭୁଲ କହିବା, ପଢ଼ିବା ଓ ଲେଖିବା ସହ ସଂସ୍କାର ଯୁକ୍ତ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ପ୍ରେରିତ କରାଯାଇଥିଲା । ଆମ ଭାଷାର ଶ୍ରେଷ୍ଠତ୍ଵକୁ ବୁଝି ଜ୍ଞାନ ଆରୋହଣ କଲେ ବିଶ୍ଵ ବିଜୟୀ ହେବାର ସମ୍ଭବନାକୁ କେହି ଏଡେଇ ପାରିବେ ନାହିଁ । ଶେଷରେ ସଂଯୋଗକ୍ରମେ ଆଜିର ଦିନରେ ଆମ ଭାରତର ନୂଆ ସଂସଦ ଭବନ ପ୍ରତିଷ୍ଠା ଅବସରରେ ରାଷ୍ଟ୍ରର ସତ୍ୟ, ଧର୍ମ ଓ ପବିତ୍ରତା ଏବଂ ଶିଶୁ ମାନଙ୍କର ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିବା ନିମନ୍ତେ ଜଗଦଗୁରୁ ଶ୍ରୀକୃପାଲୁ ମହାରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା ।

You may have missed