May 10, 2026

ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପେହେଲଗାମ୍ ଆତଙ୍କି ହମଲା ରେ ମୃତୁ ବରଣ କରିଥିବା ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ।

IMG-20250428-WA0058
Share

 

 

ଗତ ବାଇଶି ଏପ୍ରିଲ ରେ ଜମ୍ମୁ କାଶ୍ମୀର ଅନ୍ତର୍ଗତ ପେହେଲଗାମ୍ ରେ ଆତଙ୍କବାଦୀ ମାନେ ଜେଉ ଆତଙ୍କି ହମଲ କରିଥିଲେ ଓ ସେଥିରେ ସାର ଭାରତ ର 26 ଜଣ ହିନ୍ଦୁ ପର୍ଯ୍ୟଟକ ଙ୍କୁ ହତ୍ୟା କରିଥିଲେ ।ସେଥିମଧ୍ୟରୁ ଓଡ଼ିଶା ବାଲେଶ୍ବର ଅଞ୍ଚଳ ର ପ୍ରସାନ୍ତ ଶତପଥୀ ଙ୍କୁ ମଧ୍ୟ ଆତଙ୍କବାଦି ମାନେ ହତ୍ୟା କରିଥିଲେ ।ଏହି ଘଟଣା କୁ ସମଗ୍ର ଦେଶର ହିନ୍ଦୁ ମାନେ ଦୃଢ଼ ଭାବରେ ନିନ୍ଦା କରିବା ସହ ପ୍ରତିବାଦ ମଧ୍ୟ କରିଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସୋରଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସେମାନଙ୍କ ଆତ୍ମାର ସଦଗଦି ପାଇଁ କୋଟି ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା କରିବା ସହ କେଣ୍ଡେଲ ଜାଳି ଅଶ୍ରୁର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଶିବ ଶଙ୍କର ପଣ୍ଡା,କର୍ଯ୍ୟନିର୍ବହି ଅଧିକାରୀ ଉମେଶ ଚନ୍ଦ୍ର ସାହୁ , ଲୟନ୍ସ କ୍ଲବ ର ସଦସ୍ୟ,ବଣିକ ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହିବା ସହ ସମସ୍ତ ସମାଜ ସେବୀ ଉପସ୍ଥିତି ରହିଥିଲେ।

ସୁକାନ୍ତ କୁମାର ନାୟକ