May 10, 2026

ଉମରକୋଟ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳନ………..

IMG-20250428-WA0057
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଉମରକୋଟ ସବ୍ ଜର୍ଜ କୋର୍ଟ ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ କଟକ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ଯ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ମଧୁବାବୁ କେବଳ ଜଣେ ସ୍ଵାଭିମାନୀ ଆଇନଜୀବୀ ନ ଥିଲେ,ବରଂ ସେ ଜଣେ ପ୍ରବୀଣ ରାଜନୀତି ବିଶାରଦ ମଧ୍ୟ ଥିଲେ। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁ ବାବୁଙ୍କ ପ୍ରଚେଷ୍ଟା ପ୍ରତି ଓଡ଼ିଆଙ୍କ ପାଇଁ ଅଭୁଲା ହୋଇ ରହିଛି। ଓଡ଼ିଶାର ଆଇନ ଜଗତକୁ ତାଙ୍କର ଅନନ୍ୟ ଅବଦାନ ନିମନ୍ତେ ତାଙ୍କ ଜନ୍ମ ଦିନକୁ ଆଇନଜୀବୀ ଦିବସ ରୂପେ ପାଳନ କରାଯାଇ ଆସୁଛି ଏହି ଅବସରରେ ଆଇନଜୀବୀ ସଂଘ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଏଥିରେ ଉମରକୋଟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ସବ୍ ଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରମୁଖ ଉପସ୍ଥିତ ଥିଲେ। ଓକିଲ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଓକିଲ ଝାଡେଶ୍ବର ମହାନ୍ତି, ତପନ ଦେବନାଥ, ଶ୍ରୀନିବାସ ପଟ୍ଟନାୟକ,ମନୋହର ମହାନ୍ତି ,ବାଳକୃଷ୍ଣ ପାତ୍ର, ସୁଜିତ କୁମାର ପଟ୍ଟନାୟକ, ସୁଶିଲ ବର୍ମନ, ହରେନ ସିଂହ ରାଜପୁତ, ମନୋଜ ମହାପାତ୍ର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ଶାନ୍ତନୁ କୁମାର ବାହିନିପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପେହେଲଗାଁ ରେ ଆତଙ୍କବାଦୀ ଗୁଳିରେ ନିହତ ଲୋକ ମାନଙ୍କ ନିମନ୍ତେ ଏକ ମିନଟ ର ନିରବ ପ୍ରାଥନା କରାଯାଇଥିଲା ।