ଓଡିଶାର ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ଭିର୍ଟୁଆଲ(ଆଭାସୀ) ମାଧ୍ୟମରେ ଉଦ୍ଘାଟନ କରାଯାଇଥିବା ବନ୍ତଳା ଦମକଳ କେନ୍ଦ୍ରକୁ ଆଜି ଅନୁଷ୍ଠାନିକ ଭାବେ ଲୋକାର୍ପିତ କରାଯାଇଛି ।

ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ବନ୍ତଳା ମଣ୍ଡଳୀରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ଓ ଓଡିଶା ବିଧାନ ସଭାରେ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଉପସ୍ଥିତ କରାଯାଇଥିବା ଏହି ଦମକଳ କେନ୍ଦ୍ର ଆଜି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଓଡିଶା ବିଧାନ ସଭାରେ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଦ୍ଵାରା କରାଯାଇଥିବା ଆଗତ ପ୍ରସ୍ତାବ ଉପରେ ସୁବିଚାର କରି ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ପ୍ରସ୍ତାବ ଉପରେ ମୋହର ମାରିଥିଲେ । ଆଜି ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ମହୋଦୟ ଓ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଷ୍ଠାନିକ ଭାବେ ଲୋକାର୍ପିତ କରି ବନ୍ତଳା ଓ ତା ଆଖ ପାଖରେ ଥିବା ଗ୍ରାମ ଗୁଡିକରେ ବସବାସ କରୁଥିବା ଗ୍ରାମବାସୀମାନଙ୍କ ମନରେ ଅଗ୍ନି ଦ୍ଵାରା ଧନ, ଜୀବନ ଓ କ୍ଷୟକ୍ଷତିର ଉପୁଜୁଥିବା ଭୟକୁ ଦୁର କରିଛନ୍ତି ।
ଅନୁଷ୍ଠାନିକ ଭାବେ ଲୋକାର୍ପିତ କରାଯାଇଥିବା ଏହି କେନ୍ଦ୍ରକୁ ନେଇ ବନ୍ତଳା ମଣ୍ଡଳରେ ଖୁସିର ଲହରୀ ଖେଳିଯାଇଛି । ଅଗ୍ନିକୁ ଆୟତ୍ତ କରି ଧନ, ଜୀବନ ଓ କ୍ଷୟକ୍ଷତିକୁ ରୋକିବା ନିମନ୍ତେ ଆବଶ୍ୟକ ଅତ୍ୟାଧୁନିକ ପଦ୍ଧତିରେ ନିର୍ମିତ ଅଗ୍ନିଶ୍ରମ ଗାଡି ଯୋଗାଇଦିଆଯାଇଛି । ଯାହାଫଳରେ ବନ୍ତଳା ଓ ତା ଆଖପାଖରେ ବସବାସ କରୁଥିବା ଗ୍ରାମବାସୀମାନଙ୍କର ଅଗ୍ନି ଦ୍ଵାରା ହେଉଥିବା କ୍ଷୟକ୍ଷତିର ଉଚିତ ମୁକାବିଲା କରିପାରିବ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଅଗ୍ନିସେବାରେ କାର୍ଯ୍ୟରତ ଉଚପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ସହିତ ବନ୍ତଳା ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ଯ, ବହୁ ବନ୍ତଳାବାସୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ