May 10, 2026

ପୁସ୍ତକ ସମ୍ପାଦନା ଏକ ପ୍ରଭାବୀ କଳା

IMG-20250428-WA0047
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସର୍ଜନଶୀଳତା, ଅଭିନବତ୍ବ ଓ ପ୍ରତିବଦ୍ଧତା ହେଉଛି ସମ୍ପାଦନାର ପ୍ରମୁଖ ବୈଶିଷ୍ଟ୍ୟ। ବୈଚିତ୍ର୍ୟ ମଧ୍ୟରେ ସମ୍ପାଦନା ଐକ୍ୟ ସ୍ଥାପନ କରେ ବୋଲି ଆଲୋଚକମାନେ ମତ ପ୍ରକାଶ କରିଛନ୍ତି। “ଅନ୍ୟା”ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ” ଅନୁବାଦ ଏକ କଳା” ଶୀର୍ଷକ ପ୍ରସଙ୍ଗରେ ଅତିଥି ବକ୍ତା ଭାବେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଓ ସାମ୍ବାଦିକ ଶିବ ନନ୍ଦ ଯୋଗଦେଇ କହିଲେ ଯେ ସମ୍ପାଦକ ଜଣେ ସାରସ୍ବତ ମଧ୍ୟସ୍ଥି। ସୌନ୍ଦର୍ଯ୍ୟବୋଧ ଏବଂ ଇତିହାସ ବୋଧ ହେଉଛି ଉତ୍ତମ ସମ୍ପାଦନାର ପ୍ରାଣଶକ୍ତି। ଶିକ୍ଷାବିତ ଅରବିନ୍ଦ ମହାପାତ୍ର ଅଧ୍ୟକ୍ଷତା କରି ସମ୍ପାଦନା କଳାର ଲକ୍ଷ୍ୟ ଓ ଉପାଦେୟତା ଉପରେ ମତବ୍ୟକ୍ତ କରିଥିଲେ।

ଲେଖକ, ସମ୍ପାଦକ ତଥା ଗବେଷକ ଡ. ଗୌରିଦାସ ପଧାନଙ୍କ ସମ୍ପାଦନୀୟ ଯାତ୍ରାର ରଜତ ଜୟନ୍ତୀ ଅବସରରେ ସ୍ଥାନୀୟ ପବ୍ଲିକ ଲାଇବ୍ରେରୀ ସଭାଗୃହରେ ଅନୁଷ୍ଟିତ ଏହି ସଭା ଆରମ୍ଭରେ ଅନୁଷ୍ଠାନର ଆବାହକ ଡ. ଦ୍ବାରିକାନାଥ ନାୟକ ସ୍ବାଗତ ସୂଚନା ଦେଇଥିବାବେଳେ ଡ. ଗୌରୀଦାସ ପଧାନ ନିଜର ସମ୍ପାଦନା ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ବିଶିଷ୍ଟ କବି ପ୍ରଦୀପ କୁମାର ପଣ୍ଡା ଉପସଂହାର ବକ୍ତବ୍ୟ ରଖିଥିଲେ। ସଭାରେ ସମ୍ବଲପୁରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।