April 26, 2026

ସମ୍ପ ନିର୍ମାଣ ଅନ୍ୟତ୍ର କରିବା ନିମନ୍ତେ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ପରେ ଆକ୍ରମଣ ର ଶିକାର ହେଲେ ଅଭିଯୋଗକାରୀ 

IMG-20260328-WA0007
Share

 

ଖୋରଧା -(ପ୍ରିୟଙ୍କା ମହାପାତ୍ର)- ଖୋରଧା ଆଦର୍ଶ ଥାନା ଅଧୀନସ୍ଥ ପୁବୁସାହି ଗ୍ରାମ ର କପିଳେଶ୍ୱର ମୌଜା ରେ ଥିବା ଶନିମନ୍ଦିର ନିକଟରୁ ଆବର୍ଜ୍ଜନା ପାଣି ନିଷ୍କାସନ ନିମନ୍ତେ ସର୍ଵସମ୍ମତିକ୍ରମେ ଗ୍ରାମବାସୀମାନେ ସ୍ଥିର କରିଥିବା ଏକ ସ୍ଥାନ ରେ ସମ୍ପ ନିର୍ମାଣ କରିବା ନିମନ୍ତେ ସ୍ଥାନ ନିରୁପଣ କରିଥିବାବେଳେ, ସେହି ଘଟଣା କୁ ନେଇ ପୁବୁସାହି ଗ୍ରାମ ରେ ଏକ ଅଶାନ୍ତି ବାତାବରଣ ସୃଷ୍ଟି କରୁଥିବା ସେହି ଗ୍ରାମ ର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ବୋଲାଉଥିବା ଏବଂ ଖୋରଧା ଜିଲ୍ଲା ପ୍ରଶାସନ କୁ ନିଜ ପକେଟ ରେ ରଖିଛି ବୋଲି କହୁଥିବା ବ୍ୟକ୍ତି କିଛି ଲୋକଙ୍କୁ ପ୍ରବର୍ତ୍ତାଇ ଗତକାଲି ଜୋର ଜବରଦସ୍ତ ଭାବରେ ଏକ ଜେସିବି ସାହାଯ୍ୟରେ ଡ୍ରେନ ଖୋଳୁଥିବା ବେଳେ ସେହି ଗ୍ରାମର ଦିଲ୍ଲୀପ ବେହେରା ଏହାକୁ ବିରୋଧ କରିଥିଲେ l ଏ ନେଇ ପୁର୍ବରୁ ଦିଲ୍ଲିପ ଅଳିଆ ଆବର୍ଜନା ପାଣି ନିଷ୍କାସନ ନିମନ୍ତେ ତାଙ୍କ ବାରିପଟେ ଡ୍ରେନ ନ ଖୋଳିବା କୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ପରେ ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ଡ୍ରେନ ଖୋଳା କାର୍ଯ୍ୟ ବନ୍ଦ କରଯାଇଥିଲା l କିନ୍ତୁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କୁ ନମାନି ସେହି ଆତ୍ମଘୋଷିତ ପ୍ରତିଷ୍ଠିତ ସାମ୍ବାଦିକ ଙ୍କ ପ୍ରରୋଚନା ରେ ସେହି ଗ୍ରାମ ର ଦଣ୍ଡପାଣି ସାହୁ, କୈଳାସ ପ୍ରଧାନ, ସଞ୍ଜୟ ସାହୁ , ସତ୍ୟ ନାରାୟଣ ଦାଶ ପ୍ରମୁଖ ଏକ ଜେସିବି ଦ୍ବାରା ଡ୍ରେନ ଖୋଳୁଥିଲେ ଯାହାକୁ ଦିଲ୍ଲୀପ ବିରୋଧ କରିବା ପରେ ସେମାନେ ସମସ୍ତେ ଏକତ୍ରୀତ ହୋଇ ସଂଘବଦ୍ଧ ଭାବରେ ବିଭିନ୍ନ ମାରଣାସ୍ତ୍ର ଦ୍ବାରା ଦିଲ୍ଲୀପ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ l ଏ ନେଇ ସଂମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧ ରେ ସେ ଖୋରଧା ଆଦର୍ଶ ଥାନା ରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି, ଯାହା ପୁଲିସ ର ତଦନ୍ତ ପରିସରଭୁକ୍ତ ରହିଛି l ସେହି ଗ୍ରାମର ଆତ୍ମଘୋଷିତ ନିଜକୁ ପ୍ରତିଷ୍ଠିତ ସାମ୍ବାଦିକ ବୋଲାଉ ଥିବା ବ୍ୟକ୍ତି ଙ୍କ ର ପୂର୍ବ ଇତିହାସ ସମ୍ପର୍କ ରେ ପ୍ରାୟ ସମସ୍ତେ ଜାଣିଛନ୍ତି l ନିଜର କାର୍ଯ୍ଯଶୈଳୀ କୁ ନେଇ ସର୍ବଦା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସେହି ବ୍ୟକ୍ତି ପୁର୍ବରୁ ନିଶା ସେବନ କରି ଖୋରଧା ସହରରେ ବୁଲି ବୁଲି ଜରି ଗୋଟାଉଥିବା ବେଳେ ପରବର୍ତ୍ତୀ ସମୟରେ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ l ନିକଟରେ ଖୋରଧା ଉଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଜଣେ ମହିଳା କର୍ମଚାରୀଙ୍କ ବିରୁଦ୍ଧରେ ସାମାଜିକ ଗଣ ମାଧ୍ୟମ ରେ ବିଭିନ୍ନ ପ୍ରକାର ର ଅଶାଳୀନ ମନ୍ତବ୍ୟ ଦେବା ପରେ ତାଙ୍କ ନାମରେ ସଂମ୍ପୃକ୍ତ ମହିଳା କର୍ମଚାରୀ ଏକ ଲିଖିତ ଅଭିଯୋଗ ଖୋରଧା ଆଦର୍ଶ ଥାନା ରେ କରିବା ପରେ ପୁଲିସ ଏକ ମକଦ୍ଦମା ରୁଜୁ କରିଥିଲା l ଠିକ ସେହିପରି ଭାବରେ ଖୋରଧା ଉପ ଜିଲ୍ଲାପାଳ, ତହସିଲଦାର ଙ୍କ ବିରୁଦ୍ଧ ରେ ଘଟଣା ର କୌଣସି ସତ୍ୟତା ନଥାଇ ସାମାଜିକ ଗଣ ମାଧ୍ୟମ ରେ ବକ୍ତବ୍ୟ ଦେବା ଏବଂ କିଛି ଲୋକଙ୍କୁ ଆଣି ଖୋରଧା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରିବା ପ୍ରଭୃତି କାର୍ଯ୍ୟରେ ଲିପ୍ତ ରହି ନିଜକୁ ଜଣେ ପ୍ରଭାବଶାଳୀ ସାମ୍ବାଦିକ ବୋଲି କହି ବୋଲାଉଥିବା ସେହି ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଧିରେ ଧିରେ ଜନ ଆସୋନ୍ତୋଷ ବୃଦ୍ଧି ପାଇବା ରେ ଲାଗିଛି l ଏହାକୁ ପ୍ରଶାସନ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ସାଧାରଣ ରେ ଦାବି ହେଉଛି l