ସାନପୁଅ ରାଜନୀତିରୁ ଦୂରରେ, ବଡ଼ ଭାଇ ଜଣାଶୁଣା ବ୍ୟବସାୟୀ, ଗୋଟିଏ କ୍ଲିକରେ ଜାଣନ୍ତୁ ଅଜିତ ପାଓ୍ବାରଙ୍କ ପରିବାର ସମ୍ପର୍କରେ ଅଜଣା କଥା
ମହାରାଷ୍ଟ୍ରର ୬ଥର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାଓ୍ବାରଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳି ନେତା ଭାବେ ଜଣାଶୁଣା ଅଜିତ ପାଓ୍ବାର । ୨୦୧୦ ମସିହାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।
ମହାରାଷ୍ଟ୍ରର ୬ଥର ଉପମୁଖ୍ୟମନ୍ତ୍ରୀ ରହିଥିବା ଅଜିତ ପାଓ୍ବାରଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରଭାବଶାଳି ନେତା ଭାବେ ଜଣାଶୁଣା ଅଜିତ ପାଓ୍ବାର । ୨୦୧୦ ମସିହାରେ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଶେଷଥର ପାଇଁ ସେ ୨୦୨୪ ମସିହାରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଥିଲେ । ଅଜିତ ପାୱାର ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତିକ ପରିବାରରୁ ଆସିଛନ୍ତି । ସେ ଶରଦ ପାଓ୍ବାରଙ୍କ ପୁତୁରା ।
ଅଜିତ ପାଓ୍ବାରଙ୍କ ବାପା ଅନନ୍ତରାଓ ପ୍ରସିଦ୍ଧ ନିର୍ଦ୍ଦେଶକ ଭି. ଶାନ୍ତାରାମଙ୍କ ସହ ରାଜକମଲ ଷ୍ଟୁଡିଓରେ କାମ କରିଥିଲେ। ବାପା ଫିଲ୍ମ ଜଗତରେ କାମ କରିଥିବାବେଳେ ରାଜନୀତି ନକରିଥିଲେ ଅଜିତ ପାଓ୍ବାର ମଧ୍ୟ ଫିଲ୍ମ ଜଗତରେ କାମ କରିଥାନ୍ତେ ବୋଲି କୁହାଯାଉଛି । ମାତ୍ର ସେ ଫିଲ୍ ଦୁନିଆ ବଦଳରେ ରାଜନୀତିକୁ ନିଜର କ୍ୟାରିୟର କରିଥିଲେ ଆଉ ଅନେକ ସଫଳତା ମଧ୍ୟ ପାଇଛନ୍ତି ।
ଅଜିତ ପାୱାରଙ୍କ ପରିବାରରେ କିଏକିଏଅଛନ୍ତି?
ଅଜିତ ପାୱାରଙ୍କ ପରିବାର ବିଷୟରେ କହିବାକୁ ଗଲେ, ତାଙ୍କ ପତ୍ନୀ ହେଉଛନ୍ତି ସୁନେତ୍ର ପାୱାର, ଯିଏକି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ପଦ୍ମସିଂହ ବାଜିରାଓ ପାଟିଲଙ୍କ ଭଉଣୀ। ଅଜିତ ପାୱାର ଏବଂ ସୁନେତ୍ର ପାୱାରଙ୍କ ଦୁଇଟି ପୁଅ ଅଛନ୍ତି, ବଡ଼ ପୁଅର ନାମ ପାର୍ଥ ପାୱାର ଏବଂ ସାନ ପୁଅର ନାମ ଜୟ ପାୱାର। ବଡ଼ ପୁଅ ଗତ ଲୋକସଭା ନିର୍ବାଚନରେ ନ୍ରତିଦ୍ବନ୍ଦିତା କରିଥିଲେ ମାତ୍ର ସେ ପରାଜୟ ବରଣ କରିଥିଲେ ।
ଅଜିତ ପାୱାରଙ୍କ ଭାଇ ଭଉଣୀକଣ କରନ୍ତି ?
ଅଜିତ ପାୱାରଙ୍କ ଭାଇଭଉଣୀମାନଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ବଡ଼ ଭାଇ ଶ୍ରୀନିବାସ ପାୱାର ଜଣେ ବିଶିଷ୍ଟ ବ୍ୟବସାୟୀ। ତାଙ୍କର ବ୍ୟବସାୟ କୃଷିଠାରୁ ଆରମ୍ଭ କରି ଅଟୋମୋବାଇଲ କ୍ଷେତ୍ର ପର୍ଯ୍ୟନ୍ତ। କୁହାଯାଏ ଯେ ଶ୍ରୀନିବାସ ପାୱାର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ସାନ ଭାଇ ଅଜିତଙ୍କୁ ନିରନ୍ତର ପରାମର୍ଶ ଦେଉଥିଲେ। ତାଙ୍କ ଭଉଣୀ ବିଜୟା ପାଟିଲ ଗଣମାଧ୍ୟମରେ କାମ କରନ୍ତି । ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ହେଉଛନ୍ତି ଅଜିତ ପାଓ୍ବାରଙ୍କ ଭଉଣୀ । ଯିଏକି ଏବେ ସାଂସଦ ଅଛନ୍ତି ।
