ଆଜି ନବ ନିର୍ମାଣ କୃଷକ ସଂଗଠନ ଆହ୍ୱାନରେ ଓଡ଼ିଶା ବନ୍ଧ ଡାକରାରେ କୋରାପୁଟ ବନ୍ଦ
୨୮/୦୧/୨୦୨୬ ଆଜି ନବ ନିର୍ମାଣ କୃଷକ ସଂଗଠନ ଆହ୍ୱାନରେ ଓଡ଼ିଶା ବନ୍ଧ ଡାକରାରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଡ଼ଃ ରୂପକ ତୁରୁକଙ୍କ ନେତୃତ୍ୱରେ ରାଜ୍ୟରେ ମଣ୍ଡିରେ ପଡିଥିବା ହଜାର ହଜାର ବସ୍ତା ଧାନ,କଟଣି ଛଟଣି ବନ୍ଦ ,ମୁଫତ ବିଜୁଳି, MGNREGA ଆଦି ଦାବି ନେଇ କୋରାପୁଟ ଟ୍ରାଫିକ ଛକରେ ଆଠ ଘଣ୍ଟା ବନ୍ଦ ପାଳନ କରାଯାଇଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ଶ୍ରୀମତୀ ରତ୍ନାମଣି ଉଲାକା, ପୂର୍ବତନ ବିଧାୟକ ନିମାଇଁ ସରକାର, ସାଂସଦ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ତଥା ନଗର କଂଗ୍ରେସ କମିଟିର ସଭାପତି ଜୟନ୍ତ କଚିମ, ପୂର୍ବତନ ଉପ ନଗରପାଳ ବିଜୟ ରାଓ,,INTUC ଜିଲ୍ଲା ସଭାପତି ତଥା ପୂର୍ବତନ ନଗରପାଳ ଭଗବାନ ବାହିନୀପତି, କାଉନସିଲର ସନ୍ଧ୍ୟା ରାଣୀ ଜେନା ଓ ଚନ୍ଦ୍ର ପ୍ରଭା ହିଆଲ ସହିତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। (ଗୁପ୍ତେଶ୍ୱର ରଥ କୋରାପୁଟ)
