April 23, 2026

ବସନ୍ତ ମହୋତ୍ସବ ରେ ରାଜନୀତି ରଙ୍ଗ : ଶୋଭାଯାତ୍ରାରେ ଦଳ ବିରୋଧୀଙ୍କ ଆବିର୍ଭାବ ପରେ ଛାଡି ପଳେଇଲେ ଶାସକ ଦଳର ନେତା

IMG-20230128-WA0018
Share

ବସନ୍ତ ମହୋତ୍ସବ ରେ ରାଜନୀତି ରଙ୍ଗ : ଶୋଭାଯାତ୍ରାରେ ଦଳ ବିରୋଧୀଙ୍କ ଆବିର୍ଭାବ ପରେ ଛାଡି ପଳେଇଲେ ଶାସକ ଦଳର ନେତା

ଡାକିକି ଅପମାନ ଦେଲେ,ମହୋତ୍ସବ କମିଟି ପଛରେ କିଏ ? : ବିଜେଡି

କିଛି ତୃଟି ହୋଇନାହିଁ : ଭାସ୍କର

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଏକାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ଉଦଘାଟନ ଆଜି ଶନିବାର ସକାଳ ୮ଟା ରେ ସ୍ଥାନିୟ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ନେଇ ଆଦିବାସୀ ଙ୍କ ପାରମ୍ପରିକ ଢାମ୍ପ ବାଦ୍ଯ ସହ ଘୁମୁରା,ଲାଞ୍ଜିଆ ସୌରାଙ୍କ ବାଦ୍ୟ ସହ ଡିଯେ ବାଦ୍ୟରେ କମ୍ପି ଥିଲା ପରିବେଶ।ଏକ ବିରାଟ ପଟୁଆରରେ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ କଳସ ବାହାରି ସହର ପରିକ୍ରମା କରାଯାଇଥିଲା।ଏହି ସମୟ ରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର କୁମାର ଦାସ ଆଦିବାସୀ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ରାଜ୍ୟ ସଭା ସାଂସଦ ଭାସ୍କର ରାଓ,ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁ ନାଥ ଗମାଙ୍ଗ,ପୌର ଅଧ୍ୟକ୍ଷା ମମତା ଗୌଡ ଉପାଧ୍ୟକ୍ଷ ଶିବ ଗୌଡ,ସ୍ବତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଅନୁସାୟା ମାଝି, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା,ନବ ନିର୍ମାଣ ସଂଗଠନ ଏବଂ ରାଜ୍ୟ ସ୍ତରୀୟ ବସନ୍ତ ମୋହତ୍ସବ ର ଅଧ୍ୟକ୍ଷ ଅକ୍ଷୟ ଦାସ, ମିଲି ପାଢ଼ୀ,ଉମା ଦାସ ଏବଂ ଆୟୋଜକ କମିଟି ସହ ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଭିଡ଼ କୁ ଦୃଷ୍ଟିରେ ରଖି ଗୁଣପୁର ପୋଲିସ ର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତେବେ ଏଥିରେ ବହୁ ଅଭାବନୀୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ମହୋତ୍ସବ କୁ ଜିଲ୍ଲାର ମନ୍ତ୍ରୀ, ବିଧାୟକ ଙ୍କ ସମେତ ଶାସକ ଦଳର ଅନ୍ୟାନ୍ୟ ନେତା ମାନେ ଆସିଥିଲେ ମଧ୍ୟ କାହାର ବି ପୋଷ୍ଟର ବ୍ୟାନର ଦେଖିବାକୁ ମିଳିନଥିଲା । ବିଭିନ୍ନ ସ୍ଥାନରେ କେବଳ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସ୍ଵାଗତ ବୋଲି ଲେଖାଥିବା ବ୍ୟାନର ଦେଖିବାକୁ ମିଳିଥିଲା । ସେହିଭଳି ଶାସକ ଦଳର ନେତା ମାନେ ଦଳ ବିରୋଧୀ ଓ ଭାସ୍କର ଙ୍କ ଆବିର୍ଭାବ ପରେ ଶୋଭାଯାତ୍ରାରୁ ବାହାରି ଚାଲିଯାଇଥିଲେ । ଏହାକୁ ନେଇ ଶାସକ ଓ ଦଳ ବିରୋଧୀଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ରେ ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି । ତେବେ ମୋଟାମୋଟି ଶାସକ ଓ ଦଳ ବିରୋଧୀଙ୍କ ସହ ଭାସ୍କର ଙ୍କ ସମ୍ପର୍କ ଏବେ ଦାଣ୍ଡ ରେ ପଡି ହାଟରେ ଗଡୁଛି । ଏହି ବିବାଦ ଆଗକୁ କି ମୋଡ଼ ନେଉଛି ଦେଖିବାକୁ ରହିଲା ।

You may have missed