କୁଜଙ୍ଗ ରେ ବିଜେଡ଼ିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ

ବିଜେଡି ପାଳୁଛି ୨୮ ତମ ପ୍ରତିଷ୍ଠା ଦିବସ l ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବରେ ପରିଗଣିତ ହୋଇଛି ବିଜୁ ଜନତା ଦଳ l ବିଜୁ ପଟ୍ଟନାୟକ ଙ୍କୁ ନାମରେ ନାମିତ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ପାଇଁ ଆଜି ସରକାର ନ ଥିଲେ ମଧ୍ୟ ଓଡିଶାବାସୀ ବିଜୁ ଜନତାଦଳ ତଥା ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରୁଥିବା ବେଳେ l ଆଜି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଙ୍କ ନେତୃତ୍ୱରେ କୁଜଙ୍ଗ କଲ୍ୟାଣ ମଣ୍ଡପ ପରିସରରେ ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଏଥିରେ ୪ ଜିଲ୍ଲା ପରିଷଦ, କୁଜଙ୍ଗ ବ୍ଲକ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ଵାଇଁ,ସମିତି ସଭ୍ୟ ସଭ୍ୟା ବିଭିନ୍ନ ପଞ୍ଚାୟତର ସରପଞ୍ଚ , ବିଜୁ ଜନତା ଦଳର ପୂର୍ବତନ ପଚାର କମିଟି ର ଅଧକ୍ଷ ରଘୁନାଥ ସାହୁ , କୁଜଙ୍ଗ ବ୍ଲକ ପାରାଦୀପ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକାରୀ ସଭାପତି ସୁଢ଼ଳ ସ୍ଵାଇଁ, ବିଜେଡ଼ି ବିରଷ୍ଠ ସଦସ୍ୟ ତଥା ଆଇନଜୀବି ଏନଡି ଯାଦବ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ସବିତା ମହାପାତ୍ର, କୁଜଙ୍ଗ ବ୍ଲକ ମହିଳା ସଭାପତି ପୁଷ୍ପଲତା ବେହେରା, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସମାଜ ସେବୀ ଅରୁଣ କୁମାର ବେହେରା, ଗୋପିଆକୁଦ ପଞ୍ଚାୟତ ସଭାପତି ପ୍ରକାଶ ଚନ୍ଦ୍ର ବେହେରା, କୁଜଙ୍ଗ ଅଞ୍ଚଳ ର ବରିଷ୍ଠ ବିଜୁ ପ୍ରେମୀ ପ୍ରମୁଖ ଉପସ୍ଥିତ ରହି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦଳୀୟ କର୍ମୀ ମାନଙ୍କ ଭିତରେ କେକ୍ କାଟି ଜନ୍ମ ଦିନ ପାଳନ କରିଥିଲେ। ଆୟୋଜିତ ସଭାରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କୁ ମନେ ପକାଇବା ସହିତ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଦଳକୁ ସୁଦୃଢ କରିବାକୁ ସମସ୍ତ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ l ପାରାଦୀପ ବନ୍ଦର ନିର୍ମାଣର ସ୍ରଷ୍ଠା ଥିଲେ ବିଜୁ ପଟ୍ଟନାୟକ l ପାରାଦୀପ ହେଉଛି ବିଜୁବାବୁ ଙ୍କ ମାଟି, ଏହି ମାଟି ପାଇଁ ବିଜୁ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି l ଗତ ନିର୍ବାଚନ ରେ ଦଳ ପରାଜୟ ବରଣ କରିଥିଲେ ମଧ୍ୟ ନବୀନ ବାବୁ ଆଜି ଓଡ଼ିଶାବାସୀ ଙ୍କ ହୃଦୟରେ ରହିଛନ୍ତି। ବିଜେପି ସରକାର ଦେଇଥିଵା ପ୍ରତିଶୃତି କୁ ପୂରଣ ନ କରି ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଥିବା ନେଇ କହିଛନ୍ତି ବିଜେଡ଼ିର ଦଳୀୟ ନେତୃତ୍ୱ ।(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )