November 12, 2026

ସଦର ବିଜେଡି ପକ୍ଷରୁ ବିଜେଡି ର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

IMG-20241227-WA0030
Share

 

 

ବାଲେଶ୍ୱର (ଶେଖ ନଜିମ୍): ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନକାଳ ମଧ୍ୟରେ ଓଡ଼ିଶାକୁ ପ୍ରଗତିର ଚରମ ସୋପାନରେ ପ‌ହଞ୍ଚାଇଥିବା ବେଳେ ବର୍ତ୍ତମାନ ର ବିଜେପି ସରକାର ମାତ୍ର ୬ମାସ ମଧ୍ୟରେ ଓଡ଼ିଶାକୁ ଦୁର୍ଦ୍ଦିନମଧ୍ୟକୁ ଠେଲିଦେଇଛି । ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଜେପି ସରକାର ସମ୍ପୂର୍ଣ ବିଫଳ ହୋଇଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସାଙ୍ଗକୁ ପନିପରିବାର ମୂଲ୍ୟ ଆକାଶ ଛୁଆ ହୋଇଛି । ଫଳରେ ଓଡ଼ିଶାବାସୀ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଏକକାଳୀନ ୫୦ ହଜାର ଟଙ୍କା ଦେବାର ପ୍ରତିଶୃତି ଏକ ନିର୍ବାଚନୀ ଚାଲ ଥିଲା ବୋଲି ଆଜି ସ୍ଥାନୀୟ ସିଦ୍ଧିକଲ୍ୟାଣ ମଣ୍ଡପ ଠାରେ ସଦର ବିଜେଡି ପକ୍ଷରୁ ଆୟୋଜିତ ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ ମତବ୍ୟକ୍ତ କରିଛନ୍ତି । ବିଭିନ୍ନ ଭତ୍ତା ୧ହଜାର ପରିବର୍ତ୍ତେ ୩ହଜାର ଦେବାର ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଛି ବୋଲି ଶ୍ରୀ ଦାସ କହିବା ସଂଗେ ସଂଗେ ଏଭଳି ଜନସ୍ବାର୍ଥ ବିରୋଧୀ ସରକାର ବିରୋଧରେ ଲଢେଇ ଜାରି ରଖିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଜେଡିର ସାଧାରଣ ସମ୍ପାଦକ ରଂଜନ ବାଗ ଅଧ୍ଯକ୍ଷତା କରି କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରିଶ ଚନ୍ଦ୍ର ଦାଶ,ଟାଉନ ବିଜେଡି ସଭାପତି ସନତ ଦାସ, ଉପନଗରପାଳ କୈଳାଶ ଚନ୍ଦ୍ର ସେଠୀ, ବିଜେଡି ନେତା ଅଙ୍କୁର ତରେଇ, ପ୍ରାକ୍ତନ ଉପନଗରପାଳ ମନୋଜ ରାଉତ, ସଦର ବ୍ଲକ୍ ବିଜେଡି ସଭାପତି ବସନ୍ତ ପଣ୍ଡା, ଯୁବ ସମବାୟବିତ ସଂଗ୍ରାମ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟା ସୋନାଲୀ ବିଶ୍ଵାଳ, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଧିରେନ୍ ନାୟକ, ରାଜ୍ୟ ଛାତ୍ର ସମ୍ପାଦକ ବିଭୁଦତ୍ତ ପରିଡ଼ା, ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରା, ପ୍ରଫୁଲ୍ଲ ଜେନା, କାଉନସିଲର ମୀନା ମହାନ୍ତି, ମିତା ପଟ୍ଟନାୟକ, ସନ୍ଧ୍ୟାରାଣୀ ଜେନା, କାର୍ଷିକ ସାହୁ, ସେକ୍ ଆୟୁବ, ମୀରାଜ ବାନୋ, ଶୋଭା ମହାପାତ୍ର,ଟାଉନ ଯୁବ ବିଜେଡି ସଭାପତି ଉମାଶଙ୍କର ତିଆଡ଼ି, ପ୍ରାକ୍ତନ କାଉନସିଲର ସଂଜୟ ବେହେରା, ବିଶ୍ଵଜିତ ମହାପାତ୍ର, ସାକିର ଖାନ , କବିତା ମୁର୍ମୁ, ଅତୁଲ ଶତପଥ୍, ସରପଞ୍ଚ କମଳଲୋଚନ ଭୂୟାଁ, ତପନ ଜେନା, ବରେନ୍ଦ୍ର ସେଠୀ, ଲକ୍ଷ୍ମୀକାନ୍ତ ଜେନା, ରାଜକିଶୋର ମହାଳିକ, ବିନୟ ବେହେରା, ଦେବାଶିଷ ଦାସ, ଶ୍ରମିକ ନେତା ଅଭିଜିତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ସରକାରର ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସଂଗେ ସଂଗେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ଏବେ ସରକାର ଚଳାଇବା ପାଇଁ ବିଫଳ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସକାଳେ ବାଲେଶ୍ଵର ସହରର ଫାଣ୍ଡିଛକ ଏବଂ ଡିଆସି ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଦଳପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

You may have missed