June 18, 2026

ବୁଗୁଡ଼ା ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ…

guig
Share

ବୁଗୁଡା :  ସ୍ଥାନୀୟ ପଞ୍ଚାୟତ ସମିତିର ଏକ ସାଧାରଣ ଅଧିବେଶନ ଆଜି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଉନ୍ନୟନ ଯୋଜନା କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ କୃଷି , ଉଦ୍ଯାନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଲୋକପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଏ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ତାଗିଦ୍ କରାଯାଇଥିଲା । ଏହି ବୈଠକରେ ବିଦ୍ଯୁତ୍ ଏବଂ ଆଇସିଡିଏସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକର ପ୍ରାରମ୍ଭରେ ବିଡିଓ ସନ୍ତୋଷ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଜିପିଇଓ ମନୋଜ କୁମାର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କର , ତହସିଲଦାର ତାପସ କୁମାର ରାଉତ , ସିଡିପିଓ ବବିତା କୁମାରୀ ପଣ୍ଡା , ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସଦସ୍ଯା ଚାନ୍ଦିନୀ ନାୟକ ଓ ସମିତା ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଭିନ୍ନ ଲାଇନର ବିଭାଗୀୟ ଅଧିକାରୀଙ୍କ ସମେତ ପଞ୍ଚାୟତ ଗୁଡ଼ିକର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

You may have missed