September 29, 2026

ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ…

hugig
Share

 

 

କୁକୁଡ଼ାଖଣ୍ତି,ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ ଡୁମୁଳା ଗ୍ରାମ ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ବାଙ୍କେଶ୍ୱରୀ ବିଦ୍ୟାପୀଠ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ପୁରାତନ ଛାତ୍ର ସଂଗଠନର ମୁରଲୀଧର ସ୍ୱାଇଁଙ୍କ ସଭାପତିତ୍ଵରେ ଏକ ସାଧାରଣ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟବକ୍ତା ରୂପେ କ୍ରୀଡା ଶିକ୍ଷକ ସିମାଞ୍ଚଳ ସାହୁ, ମୁଖ୍ୟ ଅତିଥି ରୂପେ ଅନନ୍ତ ନାରାୟଣ ମହାନ୍ତି ଉପସ୍ଥିତ ଥିଲେ l ସଂଗଠନର ସଭାପତି ସିମାଞ୍ଚଳ ପଣ୍ଡା, ଉପସଭାପତି ଏସ.ବାଲାଜୀ ରେଡ୍ଡୀ, ସମ୍ପାଦକ ହରିପ୍ରଧାନ, ଯୁଗ୍ମ ସଂଗଠନର ସଭାପତି ରୋହିତ ପାତ୍ର, ଏନ. କୃଷ୍ଣଚନ୍ଦ୍ର ରେଡ୍ଡୀ, ସତ୍ୟବ୍ରତ ପଣ୍ଡା, ସୁଧାଂଶୁ ଶେଖର ପଣ୍ଡା, ଏମ. ବାଲାଜୀ ରେଡ୍ଡୀ,ସିମାଞ୍ଚଳ ଗୌଡ଼, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସିମାଞ୍ଚଳ ରେଡ୍ଡୀ, ବଳରାମ ପ୍ରଧାନ, ଜିତେନ୍ଦ୍ର ପାତ୍ର, ବିଷ୍ଣୁ ପ୍ରଧାନ,ମୁନା ପାତ୍ର,ସୁମିତ୍ରା ପାଢ଼ୀ ଓ ରିତା ପାତ୍ର ଯୋଗଦାନ କରିଥିଲେl ଅନ୍ତର୍ଯ୍ୟାମି ବେଜ ଧନ୍ୟବାଦ ଅର୍ପଣ କରିଥିଲେ l(ପି.କୃଷ୍ଣମୂର୍ତ୍ତି )

You may have missed