June 21, 2026

ଟ୍ରକକୁ ପିଟିହେଲା ବାଇକ ଜଣେ ମୃତ୍ୟୁ, ଜଣେ ଗରୁତର 

IMG-20241127-WA0040
Share

 

 

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୁଆଁଗାଁ ଛକଠାରେ ଠିଆ ହୋଇଥିବା ଟ୍ରକ

(AP 39VF 3335) କୁ ନେଇ ଏକ ବାଇକ (OD 079AG3029)ପିଟି ହେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକ ହେଲେ ରଞ୍ଜନ ଗୌଡ଼ ଓ ଗୁରୁତର ଆହତ ଜଣକ ହେଲେ ଦଣ୍ଡୁ ପଲେଇ l ଉଭୟଙ୍କ ଘର ରମ୍ଭା ସହରର ପାଟଣା ଗୌଡ଼ ସାହି l ଉଭୟ ସେଣ୍ଟି ମିସ୍ତ୍ରୀ ଅଟନ୍ତି l ଖବର ପାଇ ଗଞ୍ଜାମ ଥାନା ପୋଲିସ ପହଞ୍ଚି ମୃତକର ଶବ ବ୍ୟବଛେଦ ପାଇ ପଠାଇବା ସହ ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲେ l ଉଭୟ ସେଣ୍ଟି ମିସ୍ତ୍ରୀ ଥିବା ବେଳେ ବ୍ରହ୍ମପୁର କାମ କରିବା ପାଇଁ ଯାଉଥିବା ବେଳେ, ଏହି ଅଘଟଣ ହୋଇଥିଲା l