June 21, 2026

ଭୀମସାରରୁ ନବଜାତ ଶିଶୁ ପୁତ୍ର ଚୋରୀ ଘଟଣା :ନବଜାତ ଶିଶୁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା କୁ ନେଇ ଉଠିଲା ପ୍ରଶ୍ନ 

IMG-20241127-WA0022
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):

ପଶ୍ଚିମ ଓଡିଶା ସ୍ୱାସ୍ଥ୍ୟ ସେବାର ଜୀବନ କୁହାଯାଉଥିବା ବୁର୍ଲା ଭୀମସାର ଚର୍ଚ୍ଚା ଥମୁନି।ମଙ୍ଗଳବାର ଦିନ ନବଜାତ ଶିଶୁ ଚୋରି ଘଟଣାକୁ ନେଇ ଶିଶୁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

 

 

 

ସିସି ଟିଭି ଫୁଟେଜ ଆଧାର ରେ ପୋଲିସ, ଜିଲ୍ଲା ପ୍ରଶାସନ ଓ ଭୀମସାର କର୍ତୃପକ୍ଷ ଙ୍କୁ ନେଇ ଏକ ବୈଠକ ହେବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଶିଶୁ ର ମାଁ, ସମ୍ପର୍କୀୟ ତଥା ୱାର୍ଡ ରେ ଥିବା ରୋଗୀ ଓ କର୍ମଚାରୀ, ସୁରକ୍ଷା କର୍ମୀ ଙ୍କୁ ପଚରା ଉଚୁରା ପରେ ଵି ଏଯାଏ କୌଣସି ବିଶେଷ ସଫଳତା ମିଳିନି।

 

ଯାହାକି ଶିଶୁ ଯତ୍ନ, ପ୍ରସୂତି ବିଭାଗର ପରିଚାଳନା ବ୍ୟବସ୍ଥା ଓ ଭୀମସାରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି।ନବଜାତ ଶିଶୁ ପାଇଁ ପ୍ରଥମ ୮ ଦିନ ଯତ୍ନ ଓ ସେବାର ଖୁବ ଗୁରୁତ୍ୱ ରହିଛି। ଏହି ସମୟ ସୀମା ମଧ୍ୟ୍ୟରେ ମା ବା ତତ୍ୱାଧାରକ ବ୍ୟତୀତ ଅନ୍ୟ ବାହାର ଲୋକ ନବଜାତ ଶିଶୁଙ୍କୁ ସ୍ପର୍ଶ କରିବା ବାରଣ ଥିବା ସହ ବାହାରକୁ ନେବା ମଧ୍ୟ କଟକଣା ରହିଛି। ଏହାସତ୍ୱେ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରୀ ଘଟଣା ବୁର୍ଲା ଭୀମସାରର ପରିଚଳନା ଗତ ତ୍ରୁଟି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏପରିକି ହୁଗୁଳା ସୁରକ୍ଷା ବ୍ୟବସ୍ଥା କୁ ନେଇ ମଧ୍ୟ ବଡ଼ ଧରଣର ପ୍ରଶ୍ନ ଉଠୁଛି। ତେଣୁ ନବଜାତ ଶିଶୁ ଯତ୍ନ, ବିଭାଗୀୟ ପରିଚଳନା ଓ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇ ନପାରେ। ଜଣେ ସମାଜସେବୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଯେଉଁଠି ଜଣେ ଆଶା ଦିଦି ଙ୍କୁ ପ୍ରସୂତି ବିଭାଗକୁ ବାରଣ ରହିଛି ଓ ସେଠାକୁ ଗଲେ ମାଡ଼ ଖାଇବାକୁ ପଡେ ସେଠାକୁ ପୁଣି ଜଣେ ବାହ୍ୟ ମହିଳା ପ୍ରବେଶ କରିବା ଅର୍ଥ କେଉଁ ଦିଗକୁ ବୁଝାଉଛି ତାହାର ମଧ୍ୟ୍ୟ ତର୍ଜମା କରି ବିଦ୍ଦିବଦ୍ଧ ପରିଚଳନାଗତ ବ୍ୟବସ୍ଥା ପ୍ରତି ସୁଧାର ଆଣିବା ଦିଗରେ କର୍ତ୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଥିବା ଏହି ସମାଜସେବୀ ସୂଚେଇ ଦେଇଛନ୍ତି।ଭୀମସାର ଭିତରେ ଯୁଆଡେ ଦେଖିବ ଗଦା ଗଦା ସୁରକ୍ଷା କର୍ମୀ, ହେଲେ ଯଦି ଏପରି ଶିଶୁ ଚୋରି ପରି ଘଟଣା ସାମ୍ନା କୁ ଆସିବ, ତାହେଲେ ଏତେ ମାତ୍ରା ରେ ସୁରକ୍ଷାକର୍ମୀ ଓ ଅର୍ଥ ବ୍ୟୟରେ ଲାଭ କଣ ବୋଲି ଜନସାଧାରଣରେ କେଵଳ ପ୍ରଶ୍ନ ଉଠୁନି ବରଂ ସୁରକ୍ଷା ବ୍ୟବସ୍ଥାର ମଧ୍ୟ୍ୟ ତର୍ଜମା ଜରୁରୀ ବୋଲି ଧାରଣା ସୃଷ୍ଟି ହୋଇଛି।