March 13, 2026

ହଦଗଡ଼ ଇକୋ ଟୁରିଜିମ୍ ର ଜମି ଉନ୍ନତି କରଣ ପାଇଁ ୯.୩୫ କୋଟି

IMG-20231127-WA0042
Share

ହଦଗଡ଼ ଇକୋ ଟୁରିଜିମ୍ ର ଜମି ଉନ୍ନତି କରଣ ପାଇଁ ୯.୩୫ କୋଟି

ହାଟଡ଼ିହି,
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅଧିନ ହଦଗଡ଼ ଡ୍ୟାମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିଛି। ଏହି ଅଞ୍ଚଳ ଇକୋ ଟୁରିଜିମ୍ ର ମାନ୍ୟତା ପାଇବା ପରେ ଜମି ଉନ୍ନତି କରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୯ କୋଟି ୩ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଘଟଗାଁ ପୂର୍ତ୍ତ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଚିଠି ନଂ ୭୫୪/ ୨୨.୧୧.୨୦୨୩ ରେ କେନ୍ଦୁଝର ଆଞ୍ଚଳିକ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇବା ସହ ପ୍ରଶାସନିକ ଅନୁମୋଦନ ଏବଂ ଅର୍ଥ ମଞ୍ଜୁର ପାଇଁ ଲେଖିଛନ୍ତି । ସୂଚନା ଅନୁଯାଇ, ଏହି ଡ୍ୟାମ ର ନିର୍ମାଣ କାର୍ଯ୍ୟ ୧୯୬୦ ମସିହାରେ ଆରମ୍ଭ ହୋଇ ୧୯୭୬ ମସିହାରେ ଶେଷ ହୋଇଥିଲା। ବନ୍ଧର ଉଚ୍ଚତା ପ୍ରାୟ ୮୫.୯୫ ମିଟର ହୋଇଥିବା ବେଳେ ସେଠାରେ ୩ଟି ସ୍ଲୁଇସ ଗେଟ୍‌ ରହିଛି ଯାହାଦ୍ୱାରା ନଦୀକୁ ଜଳ ନିଷ୍କାସନ କରାଯାଉଛି। ଉଲ୍ଲେଖନୀୟ ଯେ, ହଦଗଡ଼ ଡ୍ୟାମର ମନୋରମ ପରିବେଶର ଶୋଭା ଉପଭୋଗ କରିବାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଏହି ସ୍ଥାନ ବୁଲି ଦେଖିବାକୁ ଆସୁଛନ୍ତି। ସେମାନେ ଡ୍ୟାମ ଉପରେ ବିଶାଳ ଜଳଭଣ୍ଡାରର ନୀଳ ଜଳରାଶିର ଶୋଭା ଉପଭୋଗ କରିଥାନ୍ତି। ଶୀତ ଋତୁରେ ଅନେକ ପର୍ଯ୍ୟଟକ ମଧ୍ୟ ଏଠାକୁ ବଣଭୋଜି କରିବାକ ଆସିଥାନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ୧୦ଟି ସ୍ଥାନରେ ଇକୋ ରିଟ୍ରିଟର ଓ ୩ଟି ସ୍ଥାନରେ ନେଚର କ୍ୟାମ୍ପର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ । ୧୦ ଟି ନୂଆ ଉକୋ ରିଟ୍ରିଟ ମଧ୍ୟରୁ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟି ଓ ହଦଗଡ଼ ଡ୍ୟାମ ରହିଛି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)