ରାମନାଗୁଡାରେ ବିଜେଡି ର ମିଶ୍ରଣ ପର୍ବ

IMG-20231127-WA0045
Share

ରାମନାଗୁଡାରେ ବିଜେଡି ର ମିଶ୍ରଣ ପର୍ବ

ରାମନାଗୁଡା , ରାୟଗଡା ଜିଲ୍ଲା ଆଜି ରାମନାଗୁଡା ବ୍ଳକ ଅନ୍ତର୍ଗତ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଜାଇଛି। ଏଥିରେ ପ୍ରାୟ ୧୫ଟି ଗ୍ରାମର ୩ଶହରୁ ଉର୍ଦ୍ଧ୍ବ ଲୋକ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି ।ଏହି ମିଶ୍ରଣ ପର୍ବ ରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ,ବିଜେଡି ଜିଲ୍ଲା ସଭାପତି ସୁଧୀର କୁମାର ଦାସ,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଜିଲ୍ଲା ର ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ,ରାଜ୍ୟ ଯୁବ ସମ୍ପାଦକ ବିଷ୍ଣୁ ପଣ୍ଡା ,ବ୍ଳକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗୀ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ କମଳ ମୁଟୁକା, ଯୁବ ବ୍ଳକ ସଭାପତି ସଞ୍ଜୟ ପ୍ରଧାନ, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା (ମଣ୍ଟୁ), ରଞ୍ଜନ ନାୟକ ବେହେରା, ବିଜେଡି ପଞ୍ଚାୟତ ସଭାପତି ମକର ଧୋବା, ଆନନ୍ଦ ପରିଛା,ଶିବ ବ୍ରହ୍ମା ,ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ସମସ୍ତ ବିଜୁ କର୍ମୀ ଯୋଗ ଦେଇଥିଲେ।ସେମାନଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରାଯାଇଥିଲା।ଏହାଦ୍ବାରା ରାୟଗଡ଼ା ଜିଲ୍ଲାରେ ବିଜେଡ଼ି ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ବିଜେଡି ଜିଲ୍ଲା ସଭାପତି ସୁଧୀର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗଦାନ କରିଥିବା କର୍ମୀ ମାନେ କହିଛନ୍ତି ।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed