October 5, 2024

ତୈଳିକ ସମାଜ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ପାଳିତ

Share

ତୈଳିକ ସମାଜ ପକ୍ଷରୁ ବୋଇତ ବନ୍ଧାଣ ଉତ୍ସବ ପାଳିତ
ସାନଖେମୁଣ୍ଡି – ଆଜି ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ମହା ଆଡମ୍ବର ରେ ପାଳିତ ହୋଇଯାଇଛି |1972ମସିହାରେ ସ୍ଥାପିତ ଏହି ସମାଜ 51ବର୍ଷ ରେ ପାଦ ଥାପି ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରିବା କୁ ଜାଇ ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ସମାଜ ପକ୍ଷରୁ ଉତ୍କଳୀୟ ପରମ୍ପରା ସାଙ୍ଗକୁ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ପଳାସପୁର ଗ୍ରାମ୍ୟ ପରିଷଦ କାଳୀମନ୍ଦିର ଅନ୍ତର୍ଗତ ପବିତ୍ର ପୁଣ୍ୟତୋୟା ଘୋଡ଼ାହାଡ଼ ନଦୀ ପୀଠରେ ପାରମ୍ପରିକ ରୀତିନୀତିରେ ସାଧବ ବେଶରେ ସୁସଜ୍ଜିତ କୁନି କଳାକାର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ଅତୀବ ସୁନ୍ଦର ବୋଇତ ବନ୍ଧାଣ କାର୍ଯ୍ୟକ୍ରମ |କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଶ୍ରୀମାନ କୈଳାସ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି କୁ ବଜାଇ ରଖି ତୈଲିକ ସମାଜର ଏଭଳି ଏକ ନିଆରା କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ଶହ ଆଗାମୀ ସମୟ ରେ ଏଭଳି ସଂସ୍କୃତି କୁ ବଞ୍ଚାଇ ରଖିବାକୁ ମୋତବ୍ୟକ୍ତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ଅଧିକାରୀ ଧର୍ମା ସାହୁ, ଉପଦେଷ୍ଟା ଯୋଗୀ ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ମୋହନା ଉପସଭାପତି ପ୍ରଶାନ୍ତ ସାହୁ,ସାଧାରଣ ସମ୍ପାଦକ ତ୍ରିପତି ସାହୁ, ସଙ୍ଗଠନ ସମ୍ପାଦକ ନୀଳମଣି ସାହୁ, କଷାଧକ୍ଷ ଜିତେନ୍ଦ୍ର ସାହୁ, ଚିକିଟୀ ଆଞ୍ଚଳିକ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ,ସୋରଡ଼ା ଆଞ୍ଚଳିକ ପୂର୍ଣଚନ୍ଦ୍ର ସାହୁ,ପୂର୍ବତନ ସାଧାରଣ ସମ୍ପାଦକ ଲକ୍ଷଣ ସାହୁ,ଦେବେନ୍ଦ୍ର ସାହୁ, ଅର୍ଜୁନି ସାହୁ, ରଘୁନାଥ ସାହୁ, ଅଭିମନ୍ୟୁ ସାହୁ, ସୁଶାନ୍ତ କୁମାର ସାହୁ, ସିମାଞ୍ଚଳ ସାହୁ,ରଘୁନାଥ ସାହୁ ସମେତ ଶତାଧିକ କର୍ମକର୍ତ୍ତା ଓ ପ୍ରାଥମିକ ସଦସ୍ୟଙ୍କ ଉପସ୍ଥିତରେ ସମାଜର ଆରାଧ୍ୟ ଦେବତା କୁଳଗଙ୍ଗା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅତିଥିଙ୍କୁ ପୁଷ ମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |ପରେ ପରେ ଗ୍ରାମ୍ୟ ପରିକ୍ରମା ରେ ବାହାରି ଘଣ୍ଟ ଶବ୍ଦ ରେ ସାରା ଅଞ୍ଚଳ ଉଠୁଥିବା ପଡୁଥିବା ବେଳେ ଶଙ୍ଖ ଧ୍ୱନି ଓ ହୁଳୁହୁଳି ଶବ୍ଦ ରେ କମ୍ପି ଉଠୁଥିଲା | ଗ୍ରାମ ପରିକ୍ରମା ସାରି ନଦୀ ପଠାରେ ପହଞ୍ଚି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସାଧବ ପୁଅ ବହୁ ମାନଙ୍କ ଦ୍ୱାରା ବୋଇତ କୁ ବନ୍ଧା ପନ୍ନା ପରେ ଉତ୍ସାହ ଉଦ୍ଦିବିପନା ସହିତ ଭସାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପଳାସ ପୁର ସଭାପତି ଲଡୁକିଶୋର ସାହୁ ଓ ସମସ୍ତ ସଭ୍ୟ ଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।