October 27, 2026

ଭାରତୀୟ ଉପଭୋକ୍ତା ମହାସଂଘ (ସିସିଆଇ) ଡ଼ଃ ବେହେରା ଙ୍କୁ ଓଡିଶା ରାଜ୍ୟ ସଭାପତି ଦାୟିତ୍ୱ ପ୍ରଦାନ..

IMG-20261027-WA0075
Share

 

*ଜଗତସିଂହପୁର ତା: 27:10:2026*

ଜଗତସିଂହପୁର ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ଆଇନଜୀବୀ ଡକ୍ଟର ସୁନାକର ବେହେରା ଙ୍କୁ ଭାରତୀୟ ଉପଭୋକ୍ତା ମହାସଂଘ (ସିସିଆଇ) ର ଜାତୀୟ ଅଧ୍ୟକ୍ଷ ଡ଼ଃ ଅନନ୍ତ ଶର୍ମା ଓଡିଶା ରାଜ୍ୟର ସଭାପତି ରୂପେ ମନୋନୀତ କରିଛନ୍ତି । ଡ଼ଃ ବେହେରା ଜଣେ ସଚେତନଶିଳ ନାଗରିକ ଭାବେ ରାଷ୍ଟ୍ର ଗଠନରେ ନିଜକୁ ସମର୍ପଣ କରି ସମାଜର କଲ୍ୟାଣ ପାଇଁ ବିଭିନ୍ନ ସରକାରୀ,ବେସରକାରୀ ଓ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କରେ ନିଜର ଗୁରୁ ଦାୟିତ୍ୱ ସମ୍ପାଦନ କରି ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇ ନିଜର ଜନ୍ମ ମାଟି ରାହାମା ଓ ଜଗତସିଂହପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ନିକଟରେ ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ଦ୍ୱାରା ଗ୍ରେଟ ଇଣ୍ଡିଆନ ପାର୍ଲିଆମେଣ୍ଟ ଆୱାର୍ଡ ଗ୍ରହଣ କରିବା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରି ଉପଭୋକ୍ତା ମାନଙ୍କ ଅଧିକାର ପାଇଁ ଜାତୀୟ ସଂଗଠନ ଉପଭୋକ୍ତା କଲ୍ୟାଣ ପରିଷଦ ସମିତି ର ଜାତୀୟ ସମ୍ପାଦକ ଦାୟିତ୍ୱ ସୁଚାରୁ ରୂପେ ପ୍ରତିପାଦିତ କରି ଉପଭୋକ୍ତା ଙ୍କୁ ଆଇନୀଗତ ଅଧିକାର,ସମ୍ମାନ ଓ କଲ୍ୟାଣ ପାଇଁ ଓ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଯଥା ଶିକ୍ଷା, ସ୍ୱାସ୍ଥ୍ୟ,ସଡ଼କ ସୁରକ୍ଷା, ସାଇବର ଠକେଇ ନିୟନ୍ତ୍ରଣ,ଦୃନୀତି ମୁକ୍ତ ସମାଜ ଇତ୍ୟାଦି କାଯ୍ୟକ୍ରମ ସହିତ ଉପଭୋକ୍ତା ମାନଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟବସାୟୀ ଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ,ସଠିକ ମାର୍ଗଦର୍ଶନ ପ୍ରଦାନ କରି ପ୍ରଶଂସାର ଅଧିକାରୀ ହୋଇଛନ୍ତି। ଡ଼ଃ ବେହେରା ଙ୍କୁ ଭାରତର ସର୍ବ ବୃହତ ଉପଭୋକ୍ତା ମହାସଂଘ (ସିସିଆଇ) ରାଜ୍ୟ ସଭାପତି ଦାୟିତ୍ୱ ପ୍ରଦାନ କରିଥିବାରୁ ଇ.ସମ୍ପଦ ଚନ୍ଦ୍ର ସ୍ୱାଇଁ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା,ଓଡିଶା ସରକାର,ଡ଼ଃ ବିଭୁ ପ୍ରସାଦ ତରାଇ, ମାନ୍ୟବର ସାଂସଦ,ଜଗତସିଂହପୁର,ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଓଡିଶା ସରକାର,ଜେ ସୋନାଲ, ଜିଲ୍ଲାପାଳ,ଜଗତସିଂହପୁର,ଅଙ୍କିତ ବର୍ମା,ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର,ଜାତୀୟ ଉପଭୋକ୍ତା କଲ୍ୟାଣ ପରିଷଦ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂପ ସିଂ ପାଲ,ଜାତୀୟ ନିର୍ଦେଶକ କୈଳାସ କୁମାୱାତ,ଜାତୀୟ ଉପ ସଭାପତି ଗୋବିନ୍ଦ ଓଝା, ବରିଷ୍ଠ ଯୁଗ୍ମ ସମ୍ପାଦକ ହୃଷିକେଶ ପଣ୍ଡା, ଶଶିଭୂଷଣ ପ୍ରହରାଜ, ରାଜ୍ୟ ସଭାପତି, ଓଡିଶା ସାମ୍ବାଦିକ ସଂଘ,ଡ଼ଃ ମାନସ ରଞ୍ଜନ ମହାନ୍ତି ସଭାପତି,ପ୍ରେସ କ୍ଲବ ରାହାମା,ଡ଼ଃ ଅକ୍ଷୟ କୁମାର ସାମଲ,ପ୍ରତିଷ୍ଠାତା ସ

ସଭାପତି କଳିଙ୍ଗ ଭାରତୀ ଫାଉଣ୍ଡେସନ, ନିୟୁ ଦିଲ୍ଲୀ,ପ୍ରତାପ ମିଶ୍ର, ଜିଲ୍ଲା ସଭାପତି,ଭାରତୀୟ ଜନତା ପାର୍ଟି, ଜଗତସିଂହପୁର,ବରିଷ୍ଠ ଆଇନଜୀବୀp ସଞ୍ଜୟ ବେହେରା ସଭାପତି, କୁଜଙ୍ଗ ବାର ଆସୋସିଏସନ,ପ୍ରଦୀପ କୁମାର ବେଉରା, ସଭାପତି, ସାଇଲୋ ସେବା ସମବାୟ ସମିତି,ରାହାମା, ଦୀପକ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜଗତସିଂହପୁର,ରବି ନାରାୟଣ ସାହୁ,ପ୍ରତିଷ୍ଠାତା ମୈତ୍ରୀ ଗ୍ରୁପ, ଜଗତସିଂହପୁର,ଦେବାଶିଷ ଅକ୍ଷୟ କୁମାର ମହାନ୍ତି,ସମ୍ବାଦ ପ୍ରତିନିଧି,ପଣ୍ଡିତ ଡ଼ଃ ଅରୁଣ କୁମାର ପାଣି,ଜୋର୍ତିବିଦ ଓ ସମାଜ ସଂସ୍କାରକ,ଶରତ କୁମାର ଦାଷ,ବରିଷ୍ଠ ସାମ୍ବାଦିକ ଉପାନ୍ତ ଖବର, ଜିଲ୍ଲା ପ୍ରଦୀନିଧି, ଜଗତସିଂହପୁର ଇତ୍ୟାଦି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

You may have missed