April 30, 2026

ମୋହନା ଏବଂ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ବାତ୍ୟାକୁ ନେଇ ବିଭିନ୍ନ ଅଞ୍ଚଳ ରେ ସଚେତନତା …

IMG-20251027-WA0004
Share

ବଙ୍ଗପୋସାଗରରେ ସୃଷ୍ଟି ବାତ୍ୟା ମୋନ୍ଥା ର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l ଯାହା ଫଳରେ ଗଜପତିରେ ବାତ୍ୟାର ପ୍ରଭାବ ଅଧିକ ଥିବା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଏଭଳି କ୍ଷେତ୍ରରେ ବାତ୍ୟାକୁ ନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ କ୍ରମେ ମୋହନା ଏବଂ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ବନପାଳଲକ୍ଷ୍ମୀ ପ୍ରସାଦ ବିଷୋୟୀ ଏବଂ ଗଣେଶ ପ୍ରଧାନଙ୍କ ନେତୃତ୍ବରେ ମୋହନା ବ୍ଲକର ଅନେକ ଗ୍ରାମ ପଞ୍ଚାୟତ ଯେପରିକି ମୋହନା, ଅଡବା, ପାଣିଗଣ୍ଡା,ବଡସିନ୍ଧଵା, ଢେଙ୍କାସିନ୍ଧଵା, ବାଘମାରି, ଜିରାଙ୍ଗ, ଲବାରସିଂ ଓ ଚନ୍ଦ୍ରଗିରି ପଞ୍ଚାୟତର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣୀ ସମ୍ପଦ ସୁରକ୍ଷା, ଅଞ୍ଚଳର ଗରିବ ଚାଷୀଙ୍କ ଫସଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଲୋକଙ୍କ ପାଖକୁ ନିଜ କର୍ମଚାରୀ ଙ୍କୁ ଧରି ଯାଇ ସଚେତନତା କରିଥିବା ଜଣାପଡିଛି l